ବିମାନରେ ଡେଷ୍ଟିନେଶନ ଓ୍ବେଡିଂ: ଏତିକି ସମୟ ପାଇଁ ବୁକିଂ କଲେ ବିମାନ

ଦୁବାଇ,୨୬।୧୧: ଆରମ୍ଭ ହୋଇଛି ବିବାହ ଋତୁ। ବିବାହକୁ ଜାକଜକମରେ ଓ ନୂଆ ଢଙ୍ଗରେ କରିବା ପାଇଁ ବର-କନ୍ୟାଙ୍କ ପରିବାର ବିଭିନ୍ନ ପ୍ରକାର ପ୍ଲାନିଂ କରିବା ଆରମ୍ଭ କଲେଣି। ଓ୍ବେଡିଂ ସହ ଏବେ ଡେଷ୍ଟିନେଶନ ଓ୍ବେଡିଂର ଚାହିଦା ଅଧିକ। ଏହାରି ଭିତରେ ନିକଟରେ ଏକ ନୂଆ ଅନ୍ଦାଜରେ ବିବାହ ଆୟୋଜନ କରାଯାଇଛି। ଜଣେ ଭାରତୀୟ ବ୍ୟବସାୟୀ ନିଜ ଝିଅର ବାହାଘର ପାଇଁ ପ୍ରାଇଭେଟ୍‌ ଜେଟ୍‌କୁ ଭଡାରେ ନେଇଛନ୍ତି। କେବଳ ଏତିକି ନୁହେଁ ଜେଟ୍‌ରେ ବାହାଘର ମଧ୍ୟ ହୋଇଥିଲା। ବିବାହର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଜେଟ୍‌ ଭିତରେ ଲୋକ ନାଗ-ଗୀତ କରି ଝୁମୁଥିବାର ନଜର ଆସିଛି। ବିମାନ ଉଡୁଥିବାବେଳେ ସବୁ ଅତିଥିଙ୍କୁ ବିବାହ ମଣ୍ଡପକୁ ସ୍ବାଗତ କରାଯାଇଥିଲା।

ୟୁଏଇ ଅଧିବାସୀ ଭାରତୀୟ ବ୍ୟବସାୟୀ ଦିଲ୍ଲୀପ ପୋପଲେ ନିଜ ଝିଅର ବାହାଘର ଜେଟଏକ୍ସ ବୋଇଙ୍ଗ ୭୪୭ ବିମାନ ଭିତରେ କରିଛନ୍ତି। ନଭେମ୍ବର ୨୪ରେ ଏହି ବାହାଘର ଦୁବାଇରେ ଅନୁଷ୍ଠିତ ହୋଇଯାଇଛି। ବାହାଘର ସହିତ ବିଭିନ୍ନ ରଶମର ମଧ୍ୟ ବିମାନର ଆୟୋଜନ ହୋଇଥିଲା। ମେହେନ୍ଦୀ, ସଙ୍ଗୀତ ଓ ହଲଦୀ ପାଇଁ ଜେଟର ବିଭିନ୍ନ ସ୍ଥାନକୁ ବିଭିନ୍ନ ଶୈଳୀରେ ଡେକୋରେଟ କରାଯାଇଥିଲା। ନିଜ ଝିଅର ବାହାଘରକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀପ ଏପରି କରିଛନ୍ତି।

Share