Posted inଜାତୀୟ

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା ପାଇଁ ମଧ୍ୟ ମତଦାନ ହେଉଛି। ବିହାରର ଗୟା, ଔରଙ୍ଗାବାଦ, ନବାଦା ଓ ଜମୁଇ ଲୋକସଭା ଆସନ ପାଇଁ ମତଦାନ ହେଉଛି। ଅଧିକରୁ ଅଧିକ ଭୋଟର ବୁଥକୁ ଆସି ମତଦାନ କରିବାକୁ ପ୍ରାର୍ଥୀମାନେ ନିବେଦନ କରିଛନ୍ତି।

ଏଭଳି ସ୍ଥିତିରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ ପକ୍ଷରୁ ଭାଜପାର ଜଣେ ପ୍ରାର୍ଥୀ, ଲୋକ ଜନଶକ୍ତିର ପାର୍ଟିର ଜଣେ ପ୍ରାର୍ଥୀ, ମହାମେଣ୍ଟ ପକ୍ଷରୁ ରାଷ୍ଟ୍ରୀୟ ଜନତାଦଳର ୨ଜଣ ଏମ୍‌ପି ପ୍ରାର୍ଥୀ ଭୋଟ ଦେଇପାରିବେ ନାହିଁବୋଲି ଜଣାପଡିଛି। ୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଶୁକ୍ରବାର ୪ ଜଣ ପ୍ରାର୍ଥୀଙ୍କ ଆସନରେ ଭୋଟ ହେଉଛି ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ ଏନ୍‌ଡିଏ ମେଣ୍ଟରୁ ଗୟା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ହେଲେ ମାଞ୍ଝୀ ନିଜେ ଗୟା ଲୋକସଭା ଆସନର ଭୋଟର ନୁହଁନ୍ତି । ଫଳରେ ସେ ଆଜି ନିଜକୁ ଭୋଟ ଦେଇପାରିନାହଁନ୍ତି । ସେହିପରି ନାବାଦା ଲୋକସଭା ଆସନରୁ ଭାଜପା ଟିକେଟରୁ ପ୍ରାର୍ଥୀ ହୋଇଥିବା ବିବେକ ଠାକୁର ମଧ୍ୟ ଭୋଟ ଦେଇପାରିବେ ନାହିଁ । ବିବେକ ଠାକୁର ନିଜେ ପାଟନା ସାହିବ ଲୋକସଭା ଆସନର ଭୋଟର । ଅନ୍ୟପକ୍ଷେ ଲୋକ ଜନଶକ୍ତିର ପାର୍ଟିର ମୁଖ୍ୟ ଚିରାଗ ପାସୱାନଙ୍କ ଭିଣୋଇ ଅରୁଣ ଭାରତୀ ଜମୁଇ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ହେଲେ ସେ ପାଟଳିପୁତ୍ର ସଂସଦୀୟ କ୍ଷେତ୍ରର ଭୋଟର ହୋଇଥିବାରୁ ସେ ମଧ୍ୟ ଭୋଟ ଦେଇପାରିବେ ନାହିଁ।

ଆର୍‌ଜେଡି ପକ୍ଷରୁ ଜମୁଇ ଆସନରୁ ପ୍ରାର୍ଥୀ ହୋଇଥିବା ଅର୍ଚ୍ଚନା ରବିଦାସ ମୁଙ୍ଗେର ସଂସଦୀୟ କ୍ଷେତ୍ରର ଭୋଟର ହୋଇଥିବାରୁ ସେ ମଧ୍ୟ ଭୋଟ ଦେଇପାରିବେ ନାହିଁ। ସେହିଭଳି ଔରଙ୍ଗାବାଦ ଲୋକସଭା ଆସନରୁ ଆରଜେଡି ଟିକେଟରୁ ପ୍ରାର୍ଥୀ ହୋଇଥିବା ଅଭୟ କୁଶୱାହା ମଧ୍ୟ ଭୋଟ ଦେଇପାରିବେ ନାହିଁ । ସେ ଗୟା ଲୋକସଭା ଆସନର ଭୋଟର।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri