Categories: ଫୁରସତ

ବିଚିତ୍ର ବିଲେଇ: ପାଣିରେ କରୁଛି ଶିକାର

ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଭର୍ଭରେ ଥିବା ଫିସିଂ କ୍ୟାଟ୍‌ ବା ମାଛ ଶିକାର କରୁଥିବା ବିଲେଇ ଦେଖିବାକୁ ମିଳେ। ପାନ୍ନା ଟାଇଗର ରିଜର୍ଭ ହେଉଛି ବିଲୁପ୍ତ ହୋଇଥିବା ଫିସିଂ କ୍ୟାଟ୍‌ର ବାସସ୍ଥାନ। ପାଣି ଭିତରେ ମାଛ ଖାଉଥିବା ଏହି ଦୁର୍ଲଭ ବିଲେଇ ପ୍ରଥମ ଥର କ୍ୟାମେରାରେ କଏଦ ହୋଇଛି।

ଫିସିଂ କ୍ୟାଟ୍‌ ବା ମାଛ ଶିକାର କରୁଥିବା ବିଲେଇ ପାଣିରେ ଶିକାର କରୁଛି। ଭାରତୀୟ ବନ୍ୟ ଜୀବ ସଂରକ୍ଷଣ ଅଧିନିୟମ ୧୯୭୨ ଅନୁସୂଚୀ -୧ ଅନୁଯାୟୀ ଫିସିଂ କ୍ୟାଟ୍‌ ଶିକାର କରିବା ନିଷେଧ। ଏହି ବିଲେଇ ବିଲୁପ୍ତ ବର୍ଗରେ ତାଲିକାଭୁକ୍ତ। ପାନ୍ନା ଟାଇଗର ରିଜର୍ଭରେ ଫିସିଂ କ୍ୟାଟ୍‌ର ଫଟୋଗ୍ରାଫିକ ପ୍ରମାଣ ପାଇ ଖୁସି ବ୍ୟକ୍ତ କରି କ୍ଷେତ୍ର ନିର୍ଦ୍ଦେଶକ ଉତ୍କଳ କୁମାର ଶର୍ମା କହିଛନ୍ତି, ନିଶ୍ଚିତ ଭାବରେ ଏହା ଜାତୀୟ ଖବର।

କେନ୍‌ ନଦୀ ପାନ୍ନା ଟାଇଗର ରିଭର୍ଭ ମଧ୍ୟରେ ପ୍ରବାହିତ ହେଉଛି। ତେଣୁ ଏଠାରେ ଫିସିଂ କ୍ୟାଟ୍‌ ହେବାର ସମ୍ଭାବନା ଥିଲା। ଏହି ଆର୍ଦ୍ରଭୂମିରେ ବାସ କରୁଥିବା ବିଲେଇର ମୁଖ୍ୟ ଖାଦ୍ୟ ହେଉଛି ମାଛ। ତେଣୁ ଏହାର ନାମ ଫିସିଂ କ୍ୟାଟ୍‌। ସମଗ୍ର କେନ୍ଦ୍ରୀୟ ଭାରତରେ ଏହା ହେଉଛି ପ୍ରଥମ ଫଟୋଗ୍ରାଫିକ୍‌ ପ୍ରମାଣ।

Share