ଚିହ୍ନିଲେ ଦେଖି, ଏହି ପିଲାଟି ଏବେ କୋଟିକୋଟି ଦର୍ଶକଙ୍କ ହୃଦୟର ରାଣୀ

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ମାନେ ସୋସିଆଲ ମିଡିଆରେ ଅନେକ ସମୟରେ ସେମାନଙ୍କ ପିଲାଦିନର ଫଟୋସବୁ ଶେୟାର କରିଥାନ୍ତି। ଯାହାକୁ ଚିହ୍ନିବା ପ୍ରଶଂସକମାନଙ୍କ ପାଇଁ ବହୁତ କଷ୍ଟକର ହୋଇଥାଏ। ଏବେ କରୀନା କପୁରଙ୍କ ପିଲାଦିନର ଏକ ଫଟୋ ସାମ୍ନାକୁ ଆସିଛି। ଯାହାକୁ ତାଙ୍କ ଭଉଣୀ ତଥା ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁର ଶେୟାର କରିଛନ୍ତି। ନିକଟରେ କରୀନାଙ୍କ ଜନ୍ମଦିନ ପାଳିତ ହୋଇଥିଲା।  ଭଉଣୀଙ୍କ ଜନ୍ମଦିନରେ କରିସ୍ମା ଏକ ସୁନ୍ଦର ଫଟୋ ଶେୟାର କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେଉଛି।

ଫଟୋରେ କରିସ୍ମାଙ୍କ ସହ କରୀନା ଏକ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଅତି ଶାନ୍ତ ସରଳ ଦେଖାଯାଉଛନ୍ତି କରୀନା। ପ୍ରଶଂସକମାନେ ତାଙ୍କୁ ବହୁତ ଭଲ ପାଉଛନ୍ତି। ଫଟୋରେ ତାଙ୍କ ମୁଣ୍ଡରେ ଗୋଲାପୀ ରଙ୍ଗର ଏକ ସୁନ୍ଦର ହେୟାର ବ୍ୟାଣ୍ଡ ରହିଛି। ଏଥିରେ ସେ ବହୁତ କ୍ୟୁଟ୍‌ ଲାଗୁଛନ୍ତି।

କରୀନାଙ୍କ ଫଟୋ ଶେୟାର କରି କରିସ୍ମା କ୍ୟାପଶନ ଲେଖିଛନ୍ତି, ‘ମୁଁ ସବୁବେଳେ ତୁମ ପାଖରେ ଅଛି। ଦୁନିଆର ସର୍ବୋତ୍ତମ ଭଉଣୀକୁ ଜନ୍ମଦିନର ଶୁଭେଚ୍ଛା। ତୁମେ ମୋ ଜୀବନର ଦ୍ୱାର। ତୁମକୁ ବହୁତ ଭଲ ପାଏ।’

କରୀନା ଖୁବ୍‌ଶୀଘ୍ର ଅମୀର ଖାନଙ୍କ ସହ ଫିଲ୍ମ ‘ଲାଲ ସିଂହ ଚଢ଼ା’ରେ ନଜର ଆସିବେ। ଏଥି ସହିତ କରିସ୍ମା ଗତବର୍ଷ ‘ମେଣ୍ଟାଲହଲ’ ଓ୍ବେବ୍‌ ସିରିଜ ସହିତ ଡିଜିଟାଲ ଡେବ୍ୟୁ କରିଥିଲେ।

Share