ବିନା ଡ୍ରେସ୍‌ରେ ପୋଜ୍‌ ଦେଇଥିବା ଏହି କୁନି ଶିଶୁ ଆଜି ବଲିଉଡ୍‌ର ସୁପରଷ୍ଟାର

ମୁମ୍ବାଇ: ଆଜିକାଲି ବଲିଉଡ୍‌ ସେଲିବ୍ରିଟିମାନଙ୍କର ପିଲାଦିନର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ପ୍ରିୟ ଷ୍ଟାରମାଙ୍କର ପିଲାଦିନର ଫଟୋ ଦେଖିବାକୁ ଭଲ ପାଆନ୍ତି। ସୋସିଆଲ ମିଡିଆରେ ଏହିପରି ଗୋଟିଏ ଫଟୋ ପୁଣି ଥରେ ସାମ୍ନାକୁ ଆସିଛି, ଯାହାକୁ ଲୋକମାନେ ଚିହ୍ନିବାକୁ ଚେଷ୍ଟା କରୁଛନ୍ତି। କିଛି ଲୋକ ଫଟୋ ଦେଖିବା ପରେ ଏହି ସୁପରଷ୍ଟାରକୁ ଚିହ୍ନିବାକୁ ଯାଉଛନ୍ତି, କିଛି ଲୋକ ଚେଷ୍ଟା କରିବା ପରେ ମଧ୍ୟ ଚିହ୍ନିବାରେ ସକ୍ଷମ ହୋଇପାରୁନାହାନ୍ତି।

ଏବେ ସେମିତି ଜଣେ ସୁପରଷ୍ଟାରଙ୍କ ପିଲାଦିନର ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ ବିନା ଡ୍ରେସ୍‌ରେ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। ଅଣ୍ଟାରେ ହାତ ଦେଇ ଏହି ପିଲାଟି କିପରି ଦେଖାଯାଉଛନ୍ତି ତାହା କହିଛନ୍ତି। ତେବେ ସୁପରଷ୍ଟାର ଥିବା ଏହି ପିଲା ଜଣକ କିଏ? ଆଉ ଅଧିକ ଦ୍ୱନ୍ଦ୍ୱରେ ନ ପକାଇ ଇଏ ହେଉଛନ୍ତି ଭାଇଜାନ ସଲମାନ ଖାନ୍‌। ଯେଉଁ ଫଟୋରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

ଫଟୋ ଦେଖି କେହି କେହି ସଞ୍ଜୟ ଦତ୍ତ କହୁଥିବାବେଳେ ଆଉ କେହି କେହି ଅମୀର ଖାନ ବୋଲି କହୁଛନ୍ତି। କିନ୍ତୁ ସଲମାନ ଖାନଙ୍କ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଷ୍ଟାରଙ୍କୁ ଚିହ୍ନି ପାରିଛନ୍ତି।

Share