Categories: ଫୁରସତ

ଭାରତର ଏହି ସହରକୁ କୁହାଯାଏ ‘ଭାରତର ସ୍କଟ୍‌ଲ୍ୟାଣ୍ଡ’

ବର୍ତ୍ତମାନ ସମୟରେ ଭାରତରେ ମୋଟ ୨୮ ରାଜ୍ୟ ଏବଂ ୮ କେନ୍ଦ୍ର ଶାସିତ ଅଞ୍ଚଳ ରହିଛି। ଦେଶର ପ୍ରତିଟି ରାଜ୍ୟର ସଂସ୍କୃତି, ଖାଦ୍ୟପେୟ, ବେଶଭୂଷା ଭିନ୍ନ। ସେହିଭଳି ପ୍ରତି ସହର ନିଜର କୌଣସି ନା କୌଣସି ସ୍ବତନ୍ତ୍ରତାକୁ ନେଇ ଲୋକପ୍ରିୟ। ଆଜି ଆମେ ଆପଣଙ୍କୁ କହିବୁ ଭାରତର ସ୍କଟଲ୍ୟାଣ୍ଡ କୁହାଯାଉଥିବା ସହର ବିଷୟରେ।

ସୁନ୍ଦର ପରିବେଶ ସାଙ୍ଗକୁ ଝରଣା ପରିବେଷ୍ଟିତ ଏହି ସହର ହେଉଛି କର୍ନାଟକରେ ଥିବା କୁର୍ଗ ସହର। ଏଠାରେ ଥିବା ଘରଗୁଡ଼ିକ ନିର୍ମାଣଶୈଳୀ ଭିନ୍ନ ଏବଂ ଆକର୍ଷକ। ବିଶେଷକରି ଏହାର ସବୁଜତା ଏବଂ ଶୁଦ୍ଧ ବାତାବରଣ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।

Share