ଓମିକ୍ରନ ଭୟ : ଏହି ସହର ହେଲା ଲକ୍‌ଡାଉନ୍‌

ବେଜିଂ,୨୪ା୧୨: ବଢୁଥିବା କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଚାଇନାର ଜିଆନ ସହରରେ ଲକ୍‌ଡାଉନ୍‌ ଜାରି କରାଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ଯଦିଓ ଜିଆନରେ ଏପର୍ଯ୍ୟନ୍ତ ଓମିକ୍ରନ ସଂକ୍ରମଣର କୌଣସି ରିପୋର୍ଟ ହୋଇନାହିଁ, ତଥାପି ଡେଲ୍‌ଟା ଭାରିଆଣ୍ଟର ମାମଲା ଆସିଥିଲା। ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ବହୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି କାରଣରୁ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଆସିଛି। ମଙ୍ଗଳବାର ଜିଆନରେ ୫୨ଟି କରୋନା ମାମଲା ସାମ୍ନାକୁ ଆସିଥିଲା। ଏଥି ସହିତ ବୁଧବାର ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଆଜି ପର୍ଯ୍ୟନ୍ତ ସର୍ବାଧିକ  ଅଟେ।

ରିପୋର୍ଟ ଅନୁଯାୟୀ, ବୁଧବାର ଅପରାହ୍ନ ସୁଦ୍ଧା ୩୦,୦୦୦ରୁ ଅଧିକ ଲୋକ କରୋନା ସଂକ୍ରମିତ ସଂସ୍ପର୍ଶରେ ଆସିଛନ୍ତି। ସେହିଦିନ ସହରଟି ଅଧିକ ନୋଟିସ୍‌ ନ ହେବା ପର୍ଯ୍ୟନ୍ତ ସମସ୍ତ ବାସିନ୍ଦାଙ୍କ ପାଇଁ କଡ଼ା ଲକ୍‌ ଲଗାଇଥିଲା।

ସହରର ଏକ କୋଟି ୩୦ ଲକ୍ଷ ଜନସଂଖ୍ୟାକୁ ଘର ଭିତରେ ରହିବାକୁ କୁହାଯାଇଛି ଏବଂ କେବଳ ଜଣେ ବ୍ୟକ୍ତିଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share