ଏହା ବି ହୋଇପାରେ କଳହର କାରଣ..

ଅନେକ ସମୟରେ ଦେଖାଯାଏ ଘରେ କିଛି ବି କାରଣ ନଥାଇ କଳି ଝଗଡ଼ା ଲାଗିଯାଏ। ସମ୍ପର୍କରେ ତିକ୍ତତା ଦେଖାଦିଏ। ପରିବାରରେ ଅଶାନ୍ତିର ବାତାବରଣ ଖେଳିଯାଏ। ଏହାପଛରେ ଅଜାଣତରେ ଆମଦ୍ୱାରା କରାଯାଉଥିବା କିଛି ଛୋଟମୋଟ କାର୍ଯ୍ୟ ବି କାରଣ ସାଜିପାରେ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେମିତିକି: * ବେଡ୍‌ ଉପରେ ବସିକି ଖାଇଲେ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ। * ଖାଇବା ସମୟରେ ମୋବାଇଲ ଦେଖିବା କିମ୍ବା କଥାବାର୍ତ୍ତା ହେବା ବି ଘରେ ଅଶାନ୍ତି ଉପୁଜାଇଥାଏ। * ଅଇଁଠା ହାତ ନଧୋଇ ଅନ୍ୟ କାମ କରିବା ମଧ୍ୟ ଏହାର ଆଉ ଏକ କାରଣ ସାଜିପାରେ। * ଲୁଗାପଟା ଗଦା କରି ରଖିବା, ଗାଧୁଆଘର କବାଟ ଖୋଲା ରଖିବା, ଗାଧୁଆ ଘରେ ଅସନା ଲୁଗା ପକେଇ ରଖିବା ବି ଘରେ ଅଶାନ୍ତି, କଳହର ବାତାବରଣ ସୃଷ୍ଟି କରିଥାଏ ବୋଲି ବିଶ୍ୱାସ କରାଯାଏ। * ରାତିରେ ଅଇଁଠା ବାସନ ପକେଇ ରଖିବା, ବାସି ଶେଯ ବହୁ ସମୟ ଧରି ପଡି ରହିବା, ପୁରୁଣା ଚପଲ, ଜୋତା ଗଦା କରି ରଖିବା ବି ଘରେ ନକାରାତ୍ମକ ଶକ୍ତିକୁ ବଢାଇ ସମ୍ପର୍କରେ ତିକ୍ତତା ଆଣିଥାଏ। * ଘରେ ପୂଜାପାଠ ନିୟମ ଅନୁସାରେ ନ କରିବା ବି ଘରେ କଳହର ଅନ୍ୟତମ କାରଣ ହୋଇପାରେ। * ତା’ଛଡ଼ା ଘରେ ଯଦି କିଛି ବାସ୍ତୁଦୋଷ କିମ୍ବା ପିତୃଦୋଷ ଥାଏ, ତା’ହେଲେ ବି କଳହ, ଝଗଡ଼ା ଲାଗିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପଡୋଶୀ ଦେଶମାନଙ୍କରେ ୮୫ ପ୍ରତିଶତ ବଢ଼ିଯିବ କର୍କଟ ଜନିତ ମୃତ୍ୟୁ ସଂଖ୍ୟା: WHO

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଏହାର ପଡୋଶୀ ଦେଶ ମାନଙ୍କରେ ୨୦୫୦ ସୁଦ୍ଧା କର୍କଟ ଏବଂ କର୍କଟ ଜନିତ ମୃତ୍ୟୁ ସଂଖ୍ୟା ୮୫ ପ୍ରତିଶତ ବୃଦ୍ଧି ପାଇବ...

ସକାଳ ଜଳଖିଆରେ କ’ଣ ଖାଇବେ କ’ଣ ମନା ଜାଣିରଖନ୍ତୁ…

ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହା ଆମ ଶରୀର ପାଇଁ ବେଶ୍‌ ଉପକାରୀ। ପ୍ରତିଦିନ କେତେବେଳେ ବ୍ରେକ୍‌ଫାଷ୍ଟ କରିବେ...

ହାର୍ଟ ସୁସ୍ଥ ରହିବା ପାଇଁ…

ହୃତ୍‌ପିଣ୍ଡ ବା ହାର୍ଟ ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ। ହାର୍ଟର କାର୍ଯ୍ୟଧାରାରେ ଯଦି ବାଧା ସୃଷ୍ଟି ହୁଏ ତେବେ ତାହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ...

ମହାକାଶରେ ଇସ୍ରୋର ମହତ୍ତ୍ୱପୂର୍ଣ୍ଣ ଡକିଙ୍ଗ ପରୀକ୍ଷା

ପ୍ରଶ୍ନ ହେଉଛି, ଇସ୍ରୋର ଅନ୍ତରୀକ୍ଷ ଅଭିଯାନରେ ଏହି ମହାକାଶୀୟ ଡକିଙ୍ଗ ଓ ଅନ୍‌ଡକିଙ୍ଗ ପ୍ରକ୍ରିୟାର ଆବଶ୍ୟକତା କ’ଣ? ଏଠାରେ ଦୁଇଟି ଉଦାହରଣ ଦିଆଯାଇ ପାରେ :...

ସନ୍ତୁଳିତ ଜୀବନଶୈଳୀ ଓ ଦୀର୍ଘାୟୁ ଜୀବନ

ଭାରତୀୟ ପ୍ରାଚୀନ ପରମ୍ପରା, ଐତିହ୍ୟ, ସଂସ୍କୃତି ଅତି ମହାନ୍‌। ଆମର ପୂର୍ବପିଢ଼ି ପାଖାପାଖି ଶହେ ବର୍ଷ ବଞ୍ଚତ୍ ରହୁଥିଲେ। ବୟସର ଛାପ ସେମାନଙ୍କୁ ଡେରିରେ ସ୍ପର୍ଶ...

ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଅଙ୍ଗୁର

ଆପଣ ନିଜ ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ଚିନ୍ତିତ କି ? ଯଦି ହଁ, ତେବେ ଏହାକୁ କେତେକାଂଶରେ ଦୃଢ଼ କରିବା ପାଇଁ ନିଜର ଦୈନନ୍ଦିନ...

ଚାଇନାରେ ଛୋଟ ପିଲାଙ୍କୁ ସିଝା ଅଣ୍ଡାରେ କରାଯାଏ…

  ଜେଜେମା’ମାନେ ଶିଶୁଙ୍କୁ ତେଲ ମାଲିସ୍‌ କରୁଥିବା ଆମେ କାହିଁ କେବେଠାରୁ ଦେଖିଆସିଛୁ। ଏହାଦ୍ୱାରା ଶିଶୁଙ୍କ ମାଂସପେଶୀ ଓ ହାଡ ଶକ୍ତ ହୁଏ ବୋଲି ବିଶ୍ୱାସ...

ପନାଚିକ୍କଡ଼ ସରସ୍ବତୀ ମନ୍ଦିର : ଜାଣନ୍ତୁ କ’ଣ ରହିଛି ରହସ୍ୟମୟ କଥା

କେରଳର କୋଟ୍ଟାୟମ୍‌ ଜିଲା ଅନ୍ତର୍ଗତକ ସ୍ଥାନ ହେଉଛି ପନାଚିକ୍କଡ଼। ଏଠାରେ ବିଦ୍ୟାଦାତ୍ରୀ ଦେବୀ ସରସ୍ବତୀଙ୍କୁ ସମର୍ପିତ ଏକ ମନ୍ଦିର ରହିଛି; ଯାହା ପନାଚିକ୍କଡ଼ ସରସ୍ବତୀ ମନ୍ଦିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image