ଏହି ଦେଶରେ ଏବେସୁଦ୍ଧା ଆରମ୍ଭ ହୋଇନି ଟିକାକରଣ

ସମଗ୍ର ବିଶ୍ୱରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଦେଶରେ ଟିକାକରଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ଭାରତରେ ମଧ୍ୟ ଟିକାକରଣ କାର୍ଯ୍ୟ ପୂରାମାତ୍ରାରେ ଚାଲିଛି। ମାତ୍ର କେତେକ ଦେଶରେ ଏଥିରେ ଅବହେଳା କରାଯାଉଥିବା ଦେଖିବାକୁ ମିଳିଛି। ଯେଉଁଠିକି ବର୍ତ୍ତମାନ ସୁଦ୍ଧା ଟିକାକରଣ ଆରମ୍ଭ ହୋଇନାହିଁ।

ସେମିତି ଏକ ଦେଶର ହେଉଛି ଚାଡ୍‌। ଆଫ୍ରିକାର ଦେଶଗୁଡ଼ିକ ମଧ୍ୟରେ ଚାଡ୍‌ ହେଉଛି ସବୁଠୁ ଗରିବ ଦେଶ। ଏହାର ଏକ ଭାଗ ସାହାରା ମରୁଭୂମି ଅଞ୍ଚଳରେ ଆସୁଛି। ଏହି ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଟିକା ପହଞ୍ଚିପାରିନାହିଁ। ଏଠାରେ ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ମଧ୍ୟ ଟିକାକରଣ ନ କରି ରୋଗୀଙ୍କୁ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି।

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଦେଶଗୁଡ଼ିକରେ କୌଣସି ବିକଳ୍ପ ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଡକ୍ଟର ଟେଡ୍ରୋସ ଆଡାନୋମ୍‌ ଗେବ୍ରେସସ୍‌ ଏହି ଟିକାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଧନୀ ଦେଶଗୁଡ଼ିକରେ ଏହି ଟିକା ପ୍ରାୟ ୮୨% ଥିବାବେଳେ ଗରିବ ଦେଶଗୁଡ଼ିକରେ ଏହା ୦.୩ ପ୍ରତିଶତ ରହିଛି।

Share