ମହାମାରୀ ସତ୍ତ୍ୱେ ଏହା ବିଶ୍ୱର ସବୁଠୁ ସୁଖୀ ଦେଶ

ହେଲସିଙ୍କି (ଫିନଲାଣ୍ଡ),୧୯।୩ : ବିଶ୍ୱର ସବୁଠୁ ସୁଖୀ ଦେଶ ମାନ୍ୟତା ପାଇଛି ଫିନଲାଣ୍ଡ। ମହାମାରୀ ସତ୍ତ୍ୱେ କ୍ରମାଗତ ଚତୁର୍ଥ ଥର ପାଇଁ ଫିନଲାଣ୍ଡ ବଜାୟ ରଖିଛି ଏହି ମାନ୍ୟତା। ୟୁଏନ୍‌ ପକ୍ଷରୁ ବାର୍ଷିକ ପ୍ରକାଶ ପାଉଥିବା ଓ୍ବାଲର୍‌ଡ ହାପିନେସ ରିପୋର୍ଟରେ ଏହା ଦର୍ଶାଯାଇଛି ।

୧୪୯ଟି ଦେଶର ନାଗରିକଙ୍କୁ ସେମାନଙ୍କ ଖୁସି, ଦେଶର ଜିଡିପି, ସାମାଜିକ ସମର୍ଥନ, ବ୍ୟକ୍ତିଗତ ସ୍ୱାଧୀନତା ଓ ଗତ ୩ ବର୍ଷରେ ଦେଶର ଦୁର୍ନୀତି ହାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଏହି ତାଲିକାରେ ପୂର୍ବ ଭଳି ୟୁରୋପିଆନ ଦେଶର ଆଧିପତ୍ୟ ରହିଛି। ଫିନଲାଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଡେନମାର୍କ। ଟପ୍‌-୫ରେ ସ୍ଥାନ ପାଇଥିବା ଅନ୍ୟ ଦେଶଗୁଡ଼ିକ ହେଲା ସୁଇଜରଲାଣ୍ଡ, ଆଇସ୍‌ଲାଣ୍ଡ ଓ ନେଦରଲାଣ୍ଡ। ନ୍ୟୁଜିଲାଣ୍ଡ ଗୋଟିଏ ସ୍ଥାନ ତଳକୁ ଖସି ନବମରେ ପହଞ୍ଚିଛି। ପୁଣି ଥରେ ଟପ୍‌-୧୦ରେ ସ୍ଥାନ ପାଇଥିବା ଦେଶ ମଧ୍ୟରେ ନ୍ୟୁଜିଲାଣ୍ଡ ଏକମାତ୍ର ଅଣ ଇଉରୋପୀୟ ଦେଶ।

Share