ବିବାହର ମାତ୍ର ୩ ମିନିଟ ମଧ୍ୟରେ ଛାଡ଼ପତ୍ର ନେଲେ ଏହି ଦମ୍ପତି: ଜାଣନ୍ତୁ କ’ଣ ହେଲା ହଠାତ୍‌

କୁଏଟ୍‌ ସିଟି,୨୮।୭:କୁଏଟ୍‌ ସିଟିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ନବ ବିବାହିତ ଯୋଡ଼ି ବିବାହର ମାତ୍ର ୩ ମିନିଟ୍‌ ମଧ୍ୟରେ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କୁଏଟ୍‌ରେ ଏହି ନବ ବିବାହିତ ଯୋଡ଼ି କୋର୍ଟ ମ୍ୟାରେଜ୍‌ କରିଥିଲେ। ବିବାହର ଆନୁଷ୍ଠାନିକ ପ୍ରକ୍ରିୟା ଶେଷ ହେବା ପରେ ଯେତେବେଳେ ଉକ୍ତ ଦମ୍ପତି କୋର୍ଟରୁ ବାହାରିଥିଲେ, ସେତେବେଳେ କନ୍ୟାଜଣକ ଝୁଣ୍ଟି ପଡ଼ିଥିଲେ। ଏତିକିବେଳେ ନବ ବିବାହିତ ବର ତାଙ୍କୁ ମୂର୍ଖ ବୋଲି କହିଥିଲେ। ସ୍ବାମୀଙ୍କ ଏହି ବିବୃତ୍ତିକୁ କନ୍ୟାଜଣକ ସହ୍ୟ କରି ନ ପାରି କ୍ରୋଧିତ ହୋଇ ଯାଇଥିଲେ। ବହୁ ଯୁକ୍ତିତର୍କ ପରେ କନ୍ୟାଜଣକ ପୁନଶ୍ଚ କୋର୍ଟରେ ପହଞ୍ଚି ସେମାନଙ୍କ ବିବାହକୁ ରଦ୍ଦ କରିବାକୁ ବିଚାରପତିଙ୍କୁ ଅନୁରୋଧ କରିଥିଲେ। କନ୍ୟାଙ୍କ ଅଭିଯୋଗ ଶୁଣି ପ୍ରଥମେ ଜଜ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ରାଜି ହୋଇ ଉକ୍ତ ବିବାହକୁ ରଦ୍ଦ କରିଥିଲେ। କୁଏଟ୍‌ ଇତିହାସରେ ଏହାକୁ ସବୁଠାରୁ ସ୍ବଳ୍ପ ସମୟ ଧରି ତିଷ୍ଟି ଥିବା ବିବାହ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ମିଳିଲା ‘ଦ ଅର୍ଡର ଅଫ ମୁବାରକ ଅଲ କବୀର’ ସମ୍ମାନ

କୁଏତ ସିଟି,୨୨।୧୨: କୁଏତ ଗସ୍ତର ଶେଷ ଦିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାୟନ ପ୍ୟାଲେସରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କୁଏତ ପ୍ରଧାନମନ୍ତ୍ରୀ...

ମୋଦିଙ୍କୁ କୁଏତ୍‌ରେ ଗାର୍ଡ ଅଫ ଅନର୍‌

କୁଏତ ସିଟି,୨୨।୧୨: କୁଏତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। କୁଏତର ବାଇନ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର...

ଆମେରିକାକୁ ବାଧ୍ୟ କଲା ଭାରତର ଶକ୍ତି, ଏହି ନିୟମକୁ କରିବାକୁ ପଡିଲା ପରିବର୍ତ୍ତନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୧୨: ଏବେ ସାରା ବିଶ୍ୱରେ ଭାରତର ଶକ୍ତି ଏବଂ ଏହାର ସାମର୍ଥ୍ୟର ଶବ୍ଦ ଶୁଣିବାକୁ ମିଳୁଛି। ଆଜି ବିଶ୍ୱର ସମସ୍ତ ଦେଶ ଭାରତର ଶକ୍ତିକୁ ସ୍ବୀକୃତି...

ବାଂଲାଦେଶର ବଡ଼ ଅଭିଯୋଗ; ‘ଆମ ଲୋକଙ୍କୁ ଜବରଦସ୍ତ ନିଖୋଜ କରିବା ପଛରେ ଭାରତର ହାତ…

ଢାକା,୨୨।୧୨: ଭାରତ ଉପରେ ଆଉ ଏକ ବଡ଼ ଅଭିଯୋଗ ଲଗାଇଛି ବାଂଲାଦେଶ। ଏହାର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦ୍ୱାରା ଗଠିତ ଏକ ଅନୁସନ୍ଧାନ କମିଶନ କହିଛନ୍ତି ଯେ...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଟ୍ରକ୍‌କୁ ପିଟି ଜଳିଗଲା ବସ୍‌: ୩୮ ଜଣଙ୍କ ଜୀବନ ଗଲା, ୯ ଗୁରୁତର

ବ୍ରାସିଲିଆ,୨୨ା୧୨: ଏକ ଯାତ୍ରୀବାହୀ ବସ୍‌ ଟ୍ରକ୍‌କୁ ଧକ୍କା ଦେବା ପରେ ହୁତୁହୁତ ହୋଇ ରାସ୍ତାରେ ଜଳିଯାଇଛି। ଫଳରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ...

ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ଦସ୍ତଖତ କଲେ ବାଇଡେନ, ଟଳିଲା ଶଟଡାଉନ୍ ବିପଦ

ନୂଆଦିଲ୍ଲୀ, ୨୧।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ମଧ୍ୟଭାଗରେ ସରକାରଙ୍କୁ ପାଣ୍ଠି ଯୋଗାଇବା ପାଇଁ କଂଗ୍ରେସ ଦ୍ୱାରା ପାରିତ ହୋଇଥିବା ଆଇନରେ ଦସ୍ତଖତ କରିଛନ୍ତି।...

‘ନୂଆ କୁଏତ୍‌’ ନିର୍ମାଣ ପାଇଁ ଭାରତ ପାଖରେ ଦକ୍ଷତା ଓ ପ୍ରଯୁକ୍ତି ରହିଛି: ପ୍ରଧାନମନ୍ତ୍ରୀ ମୋଦି

କୁଏତ୍‌ ସିଟି,୨୧ା୧୨: ଦୁଇଦିନିଆ କୁଏତ୍‌ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସେଠାରେ ଅନୁଷ୍ଠିତ ‘ହାଲା ମୋଦି’ ଡାଏସ୍‌ପୋରା କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ଭେଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri