ଏହି କୋଭିଡ୍‌ ଭ୍ୟାରିଆଣ୍ଟ୍‌ ଦେଶରେ ରଚିଛି ତାଣ୍ଡବ…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଦେଶରେ କରୋନାର ବି-୧-୬୧୮ ଭ୍ୟାରିଆଣ୍ଟ୍‌ ତାଣ୍ଡବ ରଚିଛି ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ଏହାକୁ ବି-୧-୬୧୭ର ଡବଲ ମ୍ୟୁଟାଣ୍ଟ୍‌ ମଧ୍ୟ କୁହାଯାଇଥାଏ। ଗତ ୬୦ ଦିନ ମଧ୍ୟରେ ସଂଗ୍ରହ ହୋଇଥିବା ନମୁନା ମଧ୍ୟରେ ୧୨ ପ୍ରତିଶତ ବି-୧-୬୧୮ ଭ୍ୟାରିଆଣ୍ଟ୍‌ ରହିଛି। ସେହିପରି ୨୮ ପ୍ରତିଶତ ନମୁନାରେ ବି-୧-୬୧୭ ଭ୍ୟାରିଆଣ୍ଟ୍‌ ମିଳିଛି। କେତେକ ନମୁନାରେ ବ୍ରିଟେନ୍‌ର ଭ୍ୟାରିଆଣ୍ଟ୍‌ ରହିଥିବା ଗ୍ଲୋବାଲ ରିପୋଜିଟରି ଜିସାଡ୍‌ ପକ୍ଷରୁ ଉପସ୍ଥାପନ କରାଯାଇଥିବା ସର୍ଭେ ଭିତ୍ତିକ ତଥ୍ୟରେ ଉଲ୍ଲେଖ କରାଯାଇଛି। ଏହା ତୀବ୍ର ବେଗରେ ବ୍ୟାପୁଥିବାରୁ ସ୍ଥିତି ଅଣାୟତ୍ତ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି।

Share