Categories: ଖେଳ

ଆଇପିଏଲ୍‌ରେ ଅଲୋଡା ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ ହାଇଦ୍ରାବାଦ ୨୫ ରନରେ ପରାସ୍ତ କରିଛି। ଆରସିବିର ଦ୍ରୁତ ବୋଲର ରିସି ଟୋପଲେ ଚାରି ଓଭରରେ ୬୮ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ସେ ଆଇପିଏଲ ଇତିହାସର ଏକ ମ୍ୟାଚରେ ସର୍ବାଧିକ ରନ ଦେଇଥିବା ବିଦେଶୀ ବୋଲର ହୋଇଥିଲେ। ଏହାପୂର୍ବରୁ ଏହି ରେକର୍ଡ ମୁଜିବ ଜାଦ୍ରାନ ଏବଂ କ୍ୱେନ ମାଫାକାଙ୍କ ନାମରେ ଥିଲା। ମୁଜିବ ୨୦୧୯ରେ ସନରାଇଜର୍ସ ବିପକ୍ଷରେ ୬୬ ରନ ଦେଇଥିଲେ ଏବଂ ମାଫାକା ମଧ୍ୟ ୨୦୨୪ରେ ସନରାଇଜର୍ସ ବିପକ୍ଷରେ ୬୬ ରନ ଦେଇଥିଲେ। ଏଥି ସହିତ ସାମଗ୍ରିକ ଭାବେ ଟୋପଲେ ତୃତୀୟ ମହଙ୍ଗା ବୋଲର ଥିଲେ। ବେସିଲ ଥାମ୍ପି ୨୦୧୮ରେ ବେଙ୍ଗାଲୁରୁ ବିପକ୍ଷରେ ୭୦ ରନ ଏବଂ ୨-୨୩ରେ କୋଲକାତା ବିପକ୍ଷରେ ୟଶ ଦୟାଲ ୬୯ ରନ ଦେଇଥିଲେ। ଏହି ମ୍ୟାଚ୍‌ରେ ଚାରିଜଣ ଆରସିବି ବୋଲର ୫୦+ ରନ ଦେଇଥିଲେ। ଆଇପିଏଲରେ ଏହା ପ୍ରଥମ ଥର ଯେତେବେଳେ ଚାରି ବୋଲର ଏକାଠି ୫୦ରୁ ଅଧିକ ରନ ଦେଇଥିଲେ। ପୂର୍ବରୁ ଦୁଇରୁ ଅଧିକ ବୋଲର ଏକାଠି ୫୦+ ରନ ସ୍କୋର କରିବାକୁ ଦେଇ ନ ଥିଲେ।

Share