Categories: ଖେଳ

ଦ୍ୱିତୀୟଥର ପିତା ହେଲେ ଏହି କ୍ରିକେଟର୍‌

ଅହମ୍ମଦାବାଦ,୮।୩: କିଛି ଦିନ ପୂର୍ବରୁ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବଙ୍କ ଘରେ ଦୁଃଖର ଛାୟା ଖେଳିଯାଇଥିଲା। ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳୁଥିବାବେଳେ ଫେବୃଆରୀ ୨୨ରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କୁ ଏକ ଖୁସି ଖବର ମିଳିଛି। ଉମେଶ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ପୁଣି ଥରେ ସ୍ତ୍ରୀ ତାନ୍ୟା ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଉମେଶ ଲେଖିଛନ୍ତି, ଏହା ଏକ ଶିଶୁ କନ୍ୟା। ସବୁଠୁ ରୋଚକ କଥା ହେଉଛି ଉମେଶଙ୍କ ଦ୍ୱିତୀୟ କନ୍ୟା ମହିଳା ଦିବସରେ ଜନ୍ମ ନେଇଛନ୍ତି। ଉମେଶ ଯାଦବ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ ଖେଳି ନ ପାରନ୍ତି।
ଜାନୁଆରୀ ୨୦୨୧ରେ ଉମେଶ ଯାଦବ ପ୍ରଥମ ଥର ପାଇଁ ପିତା ହୋଇଥିଲେ, ସେତେବେଳେ ମଧ୍ୟ ତାଙ୍କ ଘରେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା।

Share