Posted inଖେଳ

ସୂର୍ଯ୍ୟକୁମାରଙ୍କୁ ହଟାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୬।୬: ଟି -୨୦ ବିଶ୍ୱକପ ୨୦୨୪ ମଧ୍ୟରେ ଆଇସିସି ଦ୍ୱାରା ଟି-୨୦ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଏଥର ର଼୍ୟାଙ୍କିଙ୍ଗରେ ବହୁତ ବଡ ଓଲଟପାଲଟ ଘଟିଛି। ବିଶେଷ କଥା ହେଉଛି ଦୀର୍ଘ ଦିନ ଧରି ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଭାରତର ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ତଳକୁ ଖସିଛନ୍ତି। ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ଟି-୨୦ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହେବାରେ ସଫଳ ହୋଇଛି। ଇଂଲଣ୍ଡର ଫିଲ ସଲ୍ଟ, ପାକିସ୍ତାନର ବାବର ଆଜ୍‌ମ ଏବଂ ମହମ୍ମଦ ରିଜୱାନ ମଧ୍ୟ କ୍ଷତି ସହିଛନ୍ତି।
ଆଇସିସି ଦ୍ୱାରା ପ୍ରକାଶିତ ନୂତନ ଟି-୨୦ ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏଥର ସେ ଏକାସାଙ୍ଗରେ ୪ଟି ସ୍ଥାନକୁ ଡେଇଁଛନ୍ତି। ବର୍ତ୍ତମାନ ଟ୍ରାଭିସ ହେଡ୍ର ରେଟିଂ ୮୪୪ ହୋଇଛି। ଭାରତର ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବର୍ତ୍ତମାନ ସୂର୍ଯ୍ୟଙ୍କ ମୂଲ୍ୟାୟନ ହେଉଛି ୮୪୨। ଏହାର ଅର୍ଥ ହେଉଛି ପ୍ରଥମ ଏବଂ ଦ୍ୱିତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କେବଳ ଦୁଇଟି ରେଟିଂ ପଏଣ୍ଟର ପାର୍ଥକ୍ୟ ଅଛି।
ଇଂଲଣ୍ଡର ଫିଲ ସଲ୍ଟ ଗୋଟିଏ ସ୍ଥାନ ହରାଇଛନ୍ତି, ତାଙ୍କର ରେଟିଂ ବର୍ତ୍ତମାନ ୮୧୬। ପାକିସ୍ତାନର ବାବର ଆଜମ ମଧ୍ୟ ଗୋଟିଏ ସ୍ଥାନ ହରାଇଛନ୍ତି। ସେ ୭୫୫ ରେଟିଂ ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନର ମହମ୍ମଦ ରିଜୱାନ ବର୍ତ୍ତମାନ ୭୪୬ ରେଟିଂ ସହ ୫ ନମ୍ବରରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 World Cup: ଫାଇନାଲରେ ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବ୍ୟାଟିଂ

ନୂଆଦିଲ୍ଲୀ,୨୯।୬: ଟି୨୦ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ କିସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଭାରତର...

ଟି-୨୦ ବିଶ୍ୱକପ୍‌ରେ ଜିତିଲେ ମିଳିବ ଏତେ ଟଙ୍କା, ଆଉ ସେଞ୍ଚୁରୀ ମାରିଲେ…

ନୂଆଦିଲ୍ଲୀ,୨୯।୬: ଟି-୨୦ ବିଶ୍ୱକପ (ଭାରତ ବନାମ ଦକ୍ଷିଣ ଆଫ୍ରିକା ଫାଇନାଲ ୨୦୨୪)ର ଅନ୍ତିମ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତୀୟ...

ଯଦି ବର୍ଷା କାରଣରୁ ଆଜିର ମ୍ୟାଚ୍‌ ବାତିଲ ହୁଏ ତେବେ ଚାମ୍ପିୟନ କିଏ ହେବ? ଜାଣନ୍ତୁ କ’ଣ କହେ ଆଇସିସି

ନୂଆଦିଲ୍ଲୀ,୨୯ା୬: ଜୁନ୍‌ ୨୯ ଅର୍ଥାତ୍‌ ଶନିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍‌ ୨୦୨୪ର ଟାଇଟଲ ମୁକାବିଲାରେ ମୁହାଁମୁହିଁ ହେବେ। ଗୋଟିଏ ପଟେ ଆଫ୍ରିକା...

ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା ଟାଇ ହୋଇଗଲେ କିଭଳି ହେବ ବିଜେତା ଚୟନ? ଜାଣନ୍ତୁ ନିୟମ…

ବାର୍ବାଡୋସ୍‌,୨୯।୬: ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଶନିବାର ଏଠାରେ ଟି୨୦ ବିଶ୍ୱକପ୍‌ ଫାଇନାଲ ଖେଳିବ। ପ୍ରଥମ ଥର ଫାଇନାଲ ଖେଳୁଥିବା ଦକ୍ଷିଣ ଆଫ୍ରିକା ସହ...

ଭାରତର ବିଜୟ ପାଇଁ ପୂଜାର୍ଚ୍ଚନା, ହୋମଯଜ୍ଞ: ପ୍ରୟାଗରାଜରେ ଗଙ୍ଗା ଆଳତି କଲେ ପ୍ରଶଂସକ

ଭୁବନେଶ୍ୱର/ପ୍ରୟାଗରାଜ,୨୯।୬: ଆଉ କିଛି ଘଣ୍ଟା ମଧ୍ୟରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ୍‌। ଏନେଇ ଦେଶର କୌଣ ଅନୁକୌଣରେ ବେଶ୍‌ ଉତ୍ସାହ...

ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌, ଆସିଲା ଭାରତର ୧୧ ଖେଳାଳୀଙ୍କ ସାମ୍ଭାବ୍ୟ ଲିଷ୍ଟ !

ନୂଆଦିଲ୍ଲୀ, ୨୯।୦୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଟି-୨୦ ବିଶ଼୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ ହେବାକୁ ଯାଉଛି । ବାରବାଡୋସର ପିଚ୍‌ ନମ଼୍ବର ୪ରେ...

ଟି-୨୦ ବିଜେତାଙ୍କ ଉପରେ ହେବ ଧନ ବର୍ଷା, ଜାଣନ୍ତୁ କେତେ ରହିଛି ପ୍ରାଇଜ ମନି

ନୂଆଦିଲ୍ଲୀ,୨୯।୬: ଆଇସିସି ଟି -୨୦ ବିଶ୍ୱକପ ୨୦୨୪ପାଇଁ ମୋଟ ୧୧.୨୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଘୋଷଣା କରାଯାଇଛି। ଭାରତୀୟ ମୁଦ୍ରାରେ ଏହି ପରିମାଣ ପ୍ରାୟ...

ବିରାଟ କୋହଲି ମାରିବେ ସେଞ୍ଚୁରି, ଭାରତ ଜିତିବ ଟ୍ରଫି, ବିଶ୍ୱକପ ୨୦୨୪ ଫାଇନାଲ ପୂର୍ବରୁ ବଡ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୯।୬: ଇଂଲଣ୍ଡର ପୂର୍ବତନ ବାମହାତୀ ସ୍ପିନର ମଣ୍ଟି ପାନେସର ତାରକା ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ମଣ୍ଟି କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri