Posted inଖେଳ

ଚୌକା-ଛକା ବର୍ଷା କରି ଅନେକ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୭।୧: ଟି-୨୦ ସିରିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ ରେ ଫିନ ଆଲେନ ବିସ୍ଫୋରକ ଶତକ ହାସଲ କରିଥିଲେ। ସେ ୧୬ ଛକା ଓ ୬ ଚୌକା ସହାୟତାରେ ୧୩୭ ରନ ସ୍କୋର କରିଥିଲେ। ଆଲେନ ଇନିଂସ ଯୋଗୁ ଅନେକ ବଡ଼ ରେକର୍ଡ ଭାଙ୍ଗି ଯାଇଥିଲା। ସେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମେତ ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ପଛରେ ପକାଇଥିଲେ। ଆଲେନ ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇପାରିଛନ୍ତି।
ଆଫଗାନିସ୍ତାନର ହଜରତୁଲ୍ଲା ଜାଜାଇଙ୍କ ନାମରେ ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ ରହିଛି। ଆଲେନ ବର୍ତ୍ତମାନ ତାଙ୍କ ସମକକ୍ଷ ହୋଇଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୧୬ ଛକା ମାରିଛନ୍ତି। ଭାରତୀୟ ଖେଳାଳିଙ୍କୁ ତାଲିକାକୁ ଦେଖିଲେ ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରୋହିତ ଶର୍ମା ଶୀର୍ଷରେ ଅଛନ୍ତି। ରୋହିତ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୧୦ଟି ଛକା ମାରିଥିଲେ। ଏହି ମ୍ୟାଚ୍‌ରେ ସେ ୧୧୮ ରନ ସ୍କୋର କରିଥିଲେ।
ସୂଚନାଯୋଗ୍ୟ ଯେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଫିନ ଆଲେନ ନ୍ୟୁଜିଲାଣ୍ଡ ପାଇଁ ଓପନ କରିବାକୁ ଆସିଥିଲେ। ସେ ୬୨ ବଲ ସମ୍ମୁଖରେ ୧୩୭ ରନ ସ୍କୋର କରିଥିଲେ। ଏହି ସମୟରେ ସେ ୫ ଚୌକା ଓ ୧୬ ଛକା ମାରିଥିଲେ। ଆଲେନଙ୍କ ଷ୍ଟ୍ରାଇକ ରେଟ୍‌ ୨୨୦.୯୭ ଥିଲା। ତାଙ୍କ ଇନିଂସ ଯୋଗୁ ନ୍ୟୁଜିଲାଣ୍ଡ ୭ ଉଇକେଟ ହରାଇ ୨୨୪ ରନ ସ୍କୋର କରିଥିଲା। ଏହାର ଜବାବରେ ପାକିସ୍ତାନ ଦଳ ମାତ୍ର ୧୭୯ ରନ ସ୍କୋର କରିପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କୋଚ୍‌ଙ୍କ ସ୍ଥାନ ନେବେ ପାର୍ଥିବ ପଟେଲ, ହେବେ ଏହି ଦଳର ବ୍ୟାଟିଂ କୋଚ୍‌…

ନୂଆଦିଲ୍ଲୀ,୨୨।୧୦: ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନର...

ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ...

ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ...

ଭାରତକୁ ବଡ଼ ଝଟ୍‌କା: କମନୱେଲଥ ଗେମ୍ସରୁ ଏହି ୫ ଖେଳକୁ ଦିଆଗଲା ବାଦ୍‌

ଗ୍ଲାସ୍‌ଗୋ,୨୨ା୧୦: କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଆୟୋଜକ ସହର ଗ୍ଲାସ୍‌ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ...

ପୃଥ୍ବୀ ଶ’ଙ୍କୁ ବଡ଼ ଦଣ୍ଡ ଦେଲା ବିସିସିଆଇ, ଦଳରୁ ବିଦା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨।୧୦: ସମୟ ଥିଲା ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଠାରେ ସଚିନ ତେନ୍ଦୁଲକରଙ୍କ ଝଲକ ଦେଖିବାକୁ ମିଳିଥିଲା। ଶ’ ଖୁବ କମ ବୟସରେ ଅନ୍ତର୍ଜାତୀୟ...

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ୨୪ ରୁ ୨୮ ଅକ୍ଟୋବରରେ ପୁଣେର ମହାରାଷ୍ଟ୍ର...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୨।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୫ ଜଣିଆ ଇଣ୍ଡିଆ ଏ ଦଳ ଘୋଷଣା କରିଛି।...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିବ ହକି

ମେଲବୋର୍ନ,୨୨ା୧୦: ରାଜ୍ୟଗୋଷ୍ଠୀ କ୍ରୀଡାରୁ ହକି ଇଭେଣ୍ଟ ବାଦ ପଡିବାକୁ ଯାଉଛି। ୨୦୨୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭରୁ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବର୍ଦ୍ଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri