କୋଲକାତା,୧୦।୫: ଟିମ୍ ଇଣ୍ଡିଆ ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବିରାଟ କୋହଲି ଅବା ରୋହିତ ଶର୍ମାଙ୍କୁ ଦଳରେ ସ୍ଥାନ ଦିଆଯିବ ନାହିଁ। ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆ ଏକଦିବସୀୟ ଏବଂ ଟି-୨୦ ସିରିଜ୍ ଖେଳିବ। ଏଥିପାଇଁ ଚୂଡାନ୍ତ ଖେଳାଳି ତାଲିକାରେ ୬ ବ୍ୟାଟ୍ସ୍ ମ୍ୟାନ୍, ୩ ଅଲ୍ ରାଉଣ୍ଡର, ୨ ସ୍ପିନର, ୨ ଓ୍ବିକେଟ କିପର ଏବଂ ୪ ପେସ୍ ବୋଲରଙ୍କୁ ସାମିଲ କରାଯିବ। ଦଳର ଅଧିନାୟକ ଡୋର ଶ୍ରେୟସ୍ ଆୟର ଧରିବାର ସମ୍ଭାବନା ଅଧିକ ରହିଛି। ଆଇପିଏଲ୍ରେ ଶ୍ରେୟସ୍ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ଭାବେ ଅଭିଜ୍ଞତା ହାସଲ କରି ସାରିଛନ୍ତି। ଶ୍ରୀଲଙ୍କା ଗସ୍ତରେ ୩ ଏକଦିବସୀୟ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଛି। ବିରାଟ ଏବଂ ରୋହିତଙ୍କ ବିନା ଅନ୍ୟ ଖେଳାଳିଙ୍କ ଗ୍ରୁମିଂ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯିବାକୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି।