Categories: ଖେଳ

ଲାଇଭ୍‌ ମ୍ୟାଚ୍‌ରେ ପ୍ରଶଂସକଙ୍କ ସହ ଝୁମିଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୮।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ମେଲବୋର୍ନରେ ଖେଳାଯାଉଛି। ଏହି ମ୍ୟାଚର ତୃତୀୟ ଦିନ ସୁଦ୍ଧା ଅଷ୍ଟ୍ରେଲିଆ ୨୪୧ ରନର ଅଗ୍ରଣୀ ହାସଲ କରିଛି। ମ୍ୟାଚର ତୃତୀୟ ଦିନରେ ପଡ଼ିଆରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନୀ ଖେଳାଳି ହାସନ ଅଲି ନିଜେ ନାଚିବା ସହ ପ୍ରଶଂସକଙ୍କୁ ନଚାଇ ଥିଲେ। ଏହି ମଜାଦାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି ।

ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ ସମୟରେ ଷ୍ଟିଭ ସ୍ମିଥ ଏବଂ ଆଲେକ୍ସ କେୟାର ୫୩ତମ ଓଭରରେ ବ୍ୟାଟିଂ କରୁଥିଲେ। ଏହି ସମୟରେ ପାକିସ୍ତାନ ଖେଳାଳି ହାସନ ଅଲିଙ୍କ ସୀମା ରେଖା ନିକଟରେ ଫିଲ୍ଡିଂ କରୁଥିଲେ। ପ୍ରଶଂସକଙ୍କୁ ଦେଖିବା ପରେ ହାସନ ଅଲି ନାଚିବା ଆରମ୍ଭ କରିଥିଲେ। ତାଙ୍କ ସହ ଦର୍ଶକମାନେ ମଧ୍ୟ ହାସନଙ୍କ ପଦାଙ୍କ ଅନୁସରଣ କରିଥିଲେ। ଏହି ଭିଡିଓଟି ଅନେକ ହ୍ୟାଣ୍ଡେଲ ଏକକ୍ସରେ ଶେୟାର କରାଯାଇଛି।
ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୧୮ ରନ ସଂଗ୍ରହ କରିଥିଲା। ଏହା ପରେ ଦଳ ତୃତୀୟ ଦିନର ଖେଳ ଶେଷ ପର୍ଯ୍ୟନ୍ତ ୬ ଉଇକେଟ ହରାଇ ୧୮୭ରନ ସଂଗ୍ରହ କରିଥିଲା।

Share