Categories: ଖେଳ

ଅବସର ନିଷ୍ପତ୍ତିରୁ ଓହରି ଇତିହାସ ରଚିଲେ ଏହି କ୍ରିକେଟର୍‌

ଲଣ୍ଡନ,୧୪।୯: ଇଂଲଣ୍ଡର ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଦିନିକିଆରେ ଇଂଲଣ୍ଡ ପାଇଁ ସବୁଠୁ ବଡ଼ ଇନିଂସ ଖେଳିଥିଲେ ଷ୍ଟୋକ୍ସ। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସେ ୧୨୪ ବଲରେ ୧୮୨ ରନ ସ୍କୋର କରିଥିଲେ। ଏଥିରେ ୧୫ ଚୌକା ଓ ୯ ଛକା ସାମିଲ ଅଛି। ଦ୍ୱିଶତକ ହାସଲ କରିବାକୁ ଷ୍ଟୋକ୍ସଙ୍କୁ ଏକ ବଡ଼ ସୁଯୋଗ ମିଳିଥିଲା, କିନ୍ତୁ ସେ ଏକ ବଡ଼ ସଟ ଖେଳିବାକୁ ଚେଷ୍ଟା କରି ନିଜ ଉଇକେଟ ହରାଇଥିଲେ।
ଷ୍ଟୋକ୍ସ ପୂର୍ବରୁ ଜେସନ ରଏ ଇଂଲଣ୍ଡରେ ଇଂଲଣ୍ଡ ପାଇଁ ସବୁଠୁ ବଡ ଇନିଂସ ଖେଳିଥିଲେ। ରୟ ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୫୧ ବଲରେ ୧୮୦ ରନ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୧୬ ଚୌକା ଓ ପାଞ୍ଚ ଛକା ସାମିଲ ଥିଲା।
ପ୍ରାୟ ୧୪ ମାସ ପରେ ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟକୁ ଫେରିଛନ୍ତି। ସେ ଗତ ବର୍ଷ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେ ଟେଷ୍ଟରେ ଇଂଲଣ୍ଡ ଦଳର ଅଧିନାୟକ ଏବଂ ଟି -୨୦ କ୍ରିକେଟ ମଧ୍ୟ ଖେଳନ୍ତି। ତେବେ ଇଂଲଣ୍ଡ କୋଚ ବ୍ରେଣ୍ଡନ ମ୍ୟାକକୁଲମ ଏବଂ ଦିନିକିଆ ଅଧିନାୟକ ଜୋସ ବଟଲରଙ୍କ କଥା ରକ୍ଷା କରି ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଜରିଆରେ ଦିନିକିଆ କ୍ରିକେଟ ଫେରିଥିଲେ।

Share