Categories: ଖେଳ

ଇତିହାସ ରଚିଲେ ଏହି କ୍ରିକେଟର୍‌

ଲଣ୍ଡନ,୧୦।୭: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଷ୍ଟୋକ୍ସ ଏହି ସଫଳତା ହାସଲ କରିଛନ୍ତି। ହେଡିଙ୍ଗଲିରେ ଖେଳାଯାଇଥିବା ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ କଙ୍ଗାରୁଙ୍କୁ ୩ ଉଇକେଟରେ ପରାସ୍ତ କରିଛି। ତୃତୀୟ ଟେଷ୍ଟରେ ହାରିଯିବା ସତ୍ତ୍ୱେ ଅଷ୍ଟ୍ରେଲିଆ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗରେ ରହିଛି। ଲଗାତାର ଦୁଇ ଟେଷ୍ଟ ପରାଜୟ ପରେ ଇଂଲଣ୍ଡ ଦଳ ଜବରଦସ୍ତ ଭାବେ ସିରିଜ୍‌କୁ ଫେରିଛନ୍ତି। ଦ୍ରୁତ ବୋଲର ମାର୍କ ଉଡ୍‌ ଇଂଲଣ୍ଡ ଦଳର ବିଜୟର ହିରୋ ଥିଲେ।
ବେନ ଷ୍ଟୋକ୍ସଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ୫ମ ଥର ପାଇଁ ୨୫୦+ ସ୍କୋର ପିଛା କରିଛି। ଏହାପୂର୍ବରୁ ଏହି ରେକର୍ଡ ଭେଟେରାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ଥିଲା, ଯାହାର ଅଧିନାୟକତ୍ୱ ଟିମ ଇଣ୍ଡିଆ ୪ଥର ଟେଷ୍ଟ ମ୍ୟାଚରେ ୨୫୦ରୁ ଅଧିକ ସ୍କୋର ପିଛା କରି ବିଜୟ ହାସଲ କରିଥିଲା। ୱେଷ୍ଟଇଣ୍ଡିଜ ଭେଟେରାନ ଅଧିନାୟକ ବ୍ରାଏନ ଲାରା ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଉଭୟଙ୍କ ଅଧିନାୟକତ୍ୱରେ, ସେମାନଙ୍କ ଦଳ ସଫଳତାର ସହିତ ୨୫୦+ ୩-୩ ଥର ପିଛା କରିଛନ୍ତି।

Share