Categories: ଖେଳ

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

କେପଟାଉନ୍‌,୨୨।୧୨: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡିନ ଏଲଗାର ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଭାରତ ବିପକ୍ଷରେ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିବେ। ସେ ପ୍ରାୟ ୧୨ ବର୍ଷର ଟେଷ୍ଟ କ୍ୟାରିୟରରେ ୮୪ଟି ମ୍ୟାଚ ଖେଳିଛନ୍ତି। ଏଥିରେ, ୧୩ ଶତକ ଏବଂ ୨୩ ଅର୍ଦ୍ଧଶତକ ସ୍କୋର କରିଥିଲେ। ଡିସେମ୍ବର ୨୬ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜରେ ସେ ସାମିଲ ଅଛନ୍ତି। ସେ ତାଙ୍କର ଶେଷ ମ୍ୟାଚ କେପଟାଉନରେ ଖେଳିବେ। ଏହି ମ୍ୟାଚ ଜାନୁଆରୀ ୩ରୁ ଆରମ୍ଭ ହେବ।
ଅବସର ସମ୍ପର୍କରେ ଏଲଗାର କହିଛନ୍ତି, କ୍ରିକେଟ ଖେଳିବା ଏକ ସ୍ବପ୍ନ। କିନ୍ତୁ ନିଜ ଦେଶ ପାଇଁ ଖେଳିବା ଏକ ବଡ କଥା। ୧୨ ବର୍ଷ ପାଇଁ ନିଜ ଦେଶ ପାଇଁ ଖେଳିବା ଏକ ବଡ଼ ସ୍ବପ୍ନ ପରି। କେପଟାଉନରେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିବି ଏହା ମୋର ପ୍ରିୟ ଷ୍ଟାଡିୟମ।
ଏଲଗାର ତାଙ୍କ କ୍ୟାରିୟରରେ ୮୪ଟି ଟେଷ୍ଟ ମ୍ୟାଚରେ ୫୧୪୬ ରନ ସ୍କୋର କରିଛନ୍ତି। ସେ ବୋଲିଂରେ ୧୫ ଉଇିକେଟ ନେଇଛନ୍ତି। ଏଲଗାର ୮ଟି ଦିନିକିଆ ମ୍ୟାଚ ମଧ୍ୟ ଖେଳିଛନ୍ତି । କିନ୍ତୁ ଏଥିରେ ବିଶେଷ କିଛି କରିପାରିଲା ନାହିଁ। ସେ ୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯିବ। ଏହାର ପ୍ରଥମ ମ୍ୟାଚ ୨୬ ଡିସେମ୍ବରରେ ଖେଳାଯିବ। ଏହି ମ୍ୟାଚ ସେଞ୍ଚୁରିଅନରେ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ ଜାନୁଆରୀ ୩ରେ କେପଟାଉନରେ ଖେଳାଯିବ। ଏହା ଏଲଗାରଙ୍କ କ୍ୟାରିୟରର ଶେଷ ମ୍ୟାଚ ହେବ।