ଲଣ୍ଡନ, ୨୨।୮: ୧୧୩ ବଲ୍ରେ ୩୧୬ ରନ ସଂଗ୍ରହ କରିବା ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସତ। ଇଂଲଣ୍ଡ ଜଣେ କ୍ଲବ କ୍ରିକେଟର୍ ଏଭଳି ଏକ ବିସ୍ଫୋରକ ଇନିଂସ ଖେଳି ଏବେ ଚର୍ଚ୍ଚାକୁ ଆସିଛନ୍ତି। ହୋୟଲ୍ୟାଣ୍ଡସଓ୍ବାଇନ୍ ଓ ଡେନବୀ କ୍ରିକେଟ୍ କ୍ଲବ ମଧ୍ୟରେ ଏକ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା। ଏଥିରେ ହୋୟଲ୍ୟାଣ୍ଡସଓ୍ବାଇନ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କ୍ରିସ ହଲିଡେଙ୍କ ତ୍ରିଶତକୀୟ ଇନିଂସ ବଳରେ ତାଙ୍କ ଦଳ ୩୭୮ ରନର ବୃହତ୍ ବ୍ୟବଧାନରେ ଡେନବୀ କ୍ରିକେଟ୍ କ୍ଳବକୁ ପରାସ୍ତ କରିଛି। କ୍ରିସ୍ ହଲିଡେ ମ୍ୟାଚ୍ରେ ମାତ୍ର ୧୧୩ ବଲରୁ ୩୧୬ ରନର ମାରାଥନ୍ ଇନିଂସ ଖେଳିଥିଲେ। ଏହି ଇନିଂସ ମଧ୍ୟରେ ସେ ୨୧ ଚୌକା ଓ ୩୪ ଛକା ମାରିଥିଲେ। ବାଉଣ୍ଡରୀରୁ ସେ ମୋଟ୍ ୨୮୮ ରନ୍ ସଂଗ୍ରହ କରିଥିଲେ।