Categories: ଖେଳ

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହି ଚମକାଇଦେଲେ ଏହି କ୍ରିକେଟର୍‌

କାନପୁର,୨୬।୯: ଦ୍ୱିତୀୟ ଟେଷ୍ଟ ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। କାନପୁରର ଗ୍ରୀନ ପାର୍କରେ ଉଭୟ ଦଳ ମୁହାଁମୁହିଁ ହେବେ, କିନ୍ତୁ ଏହାପୂର୍ବରୁ ବାଂଲାଦେଶର ତାରକା ଅଲରାଉଣ୍ଡର ଶାକିବ ଅଲ ହାସନ ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ତେବେ ବାଂଲାଦେଶୀ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି ସେ ଭାରତ ବିପକ୍ଷ କାନପୁର ଟେଷ୍ଟ ଖେଳିବେ। ଶାକିବ ଅଲ ହାସନ ତାଙ୍କ ବିବୃତ୍ତିରେ କହିଛନ୍ତି, ସେ ଭାରତ ବିପକ୍ଷରେ କାନପୁର ଟେଷ୍ଟରେ ଉପଲବ୍ଧ ହେବେ, ଅର୍ଥାତ୍‌ ସେ କାନପୁର ଟେଷ୍ଟ ଖେଳିବେ। ଏହାସହ ଦକ୍ଷିଣ ଆଫ୍ରିକା ବିପକ୍ଷ ମୀରପୁର ଟେଷ୍ଟ ପରେ କ୍ରିକେଟ୍‌ରୁ ଅବସର ନେବେ।

ଚେନ୍ନାଇ ଟେଷ୍ଟ ଶାକିବ ଅଲ ହାସନଙ୍କ ପାଇଁ ନିରାଶାଜନକ ଥିଲା। ଏହି ଟେଷ୍ଟରେ ଶାକିବ ଅଲ ହାସନ କୌଣସି ଉଇକେଟ ନେଇପାରି ନ ଥିଲେ। ସେ ପ୍ରଥମ ଇନିଂସରେ ୩୨ଜ ରନ ଏବଂ ଦ୍ୱିତୀୟ ଇନିଂସରେ ୨୫ ରନ ସ୍କୋର କରିଥିଲେ। ଏହା ପରେ ଶାକିବ ଅଲ ହାସନଙ୍କ ଫିଟନେସ ଉପରେ ଅନେକ ପ୍ରଶ୍ନ ଉଠିଥିଲା।

Share