Categories: ଖେଳ

ବିଶ୍ୱକପ୍‌ ମଝିରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧।୧୧: ବିଶ୍ୱକପ ମଝିରେ ହଠାତ୍‌ ଇଂଲଣ୍ଡ ବୋଲର ଡେଭିଡ ୱିଲି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଡେଭିଡ ୱିଲି ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ କେବେବି ଏହି ଦିନ ଆସିବାକୁ ଚାହେଁ ନାହିଁ … ଅଳ୍ପ ବୟସରୁ ଇଂଲଣ୍ଡ ପାଇଁ ଖେଳିବା ମୋର ସ୍ବପ୍ନ ଥିଲା। ଏହା ଘୋଷଣା କରିବା ମୋତେ ଭଲ ଲାଗୁନାହିଁ। ଏହି ବିଶ୍ୱକପ ପରେ ମୁଁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେବି।
ଡେଭିଡ ୱିଲି ଆହୁରି ଲେଖିଛନ୍ତି, ମୁଁ ସବୁବେଳେ ଇଂଲଣ୍ଡ ଜର୍ସି ପିନ୍ଧି ଗର୍ବିତ ଅନୁଭବ କରୁଥିଲି। ଏହି ମହାନ ଦଳର ଏକ ଅଂଶ ହୋଇ ମୁଁ ବହୁତ ଭାଗ୍ୟବାନ ଏବଂ ଅନେକ ବଡ଼ ଖେଳାଳିଙ୍କ ସହିତ ଖେଳିବାର ସୁଯୋଗ ପାଇଲି। ଏହି ଖେଳ ସହିତ ମୋର ଅନେକ ବିଶେଷ ସ୍ମୃତି ଅଛି। ଏହି ସମୟ ମଧ୍ୟରେ ମୁଁ ଅନେକ ଭଲ ବନ୍ଧୁ ପାଇଲି। ତଥାପି, ମୋ କ୍ୟାରିୟରରେ ଉତ୍ଥାନ-ପତନ ଘଟିଥିଲା। ଅନେକ ଥର କଠିନ ସମୟ ଦେଇ ଗଲେ। ଏଥିସହ ଡେଭିଡ ୱିଲି ତାଙ୍କ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ ଏହି ବିଶ୍ୱକପରେ ଇଂଲଣ୍ଡର ଖରାପ ପ୍ରଦର୍ଶନ ଜାରି ରହିଛି, କିନ୍ତୁ ମୋର ଅବସର ସହିତ ଏହାର କୌଣସି ସମ୍ପର୍କ ନାହିଁ।
ଡେଭିଡ ୱିଲି ୭୦ଟି ଦିନିକିଆ ମ୍ୟାଚ ବ୍ୟତୀତ ଡେଭିଡ ୱିଲି ୪୩ ଟି -୨୦ ମ୍ୟାଚରେ ଇଂଲଣ୍ଡକୁ ପ୍ରତିନିଧିତ୍ୱ କରିଛନ୍ତି। ଦିନିକିଆ ଫର୍ମାଟରେ ଡେଭିଡ ୱିଲି ୯୪ ଉଇକେଟ ନେଇଛନ୍ତି। ଟି-୨୦ ଫର୍ମାଟରେ ଡେଭିଡ ୱିଲିଙ୍କ ନାମରେ ୫୧ ଉଇକେଟ ରହିଛି।

Share