Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ କ୍ରିକେଟ୍‌କୁ ଅଲବିଦା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୧୬।୮: ପାକିସ୍ତାନୀ ଦଳର ବାମହାତୀ ଦ୍ରୁତ ବୋଲର ୱାହବ ରିଆଜ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ବିଶ୍ୱକପ୍‌ ପୂର୍ବରୁ ରିଆଜଙ୍କ ଏପରି ନିଷ୍ପତ୍ତି ଦ୍ୱାରା ପାକିସ୍ତାନକୁ ଝଟ୍‌କା ଲାଗିଛି। ସେ ସୋସିଆଲ ମିଡିଆ ‘ଏକ୍ସ’ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ସୂଚନା ଦେଇଛନ୍ତି। ୩୮ ବର୍ଷୀୟ ୱାହବ କହିଛନ୍ତି ଯେ, ସେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ଟି -୨୦ ଲିଗରେ ଖେଳିବା ଜାରି ରଖିବେ। ୱାହାବ ପାକିସ୍ତାନ ପାଇଁ ୯୧ଟି ଦିନିକିଆ, ୨୭ ଟେଷ୍ଟ ଏବଂ ୩୬ ଅନ୍ତର୍ଜାତୀୟ ଟି-୨୦ ଖେଳିଛନ୍ତି।

Share