Categories: ଖେଳ

ଟିମ ଇଣ୍ଡିଆକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୮।୯: ଟିମ ଇଣ୍ଡିଆ ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ରେକର୍ଡ ୧୦ ଉଇକେଟରେ ଜିତି ଟ୍ରଫି ଜିତିଛି। ଏହି ଟାଇଟଲ ମ୍ୟାଚରେ ମହମ୍ମଦ ସିରାଜ ଭାରତୀୟ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରି ୭ ଓଭରରେ ୨୧ ରନ ଦେଇ ୬ ଉଇକେଟ ନେଇଥିଲେ। ଏହି କାରଣରୁ ଶ୍ରୀଲଙ୍କା ଦଳ ୧୫.୨ ଓଭରରେ ମାତ୍ର ୫୦ ରନ ସ୍କୋର କରିଥିଲା। ଟିମ ଇଣ୍ଡିଆ ମାତ୍ର ୬.୧ ଓଭରରେ ୫୧ ରନ୍ର ସହଜ ଟାର୍ଗେଟକୁ ପିଛା କରିଥିଲା। ଦିନିକିଆ ବିଶ୍ୱକପ ପୂର୍ବରୁ ଆସିଥିବା ଏହି ବିଜୟ ଟିମ ଇଣ୍ଡିଆର ଖେଳାଳିଙ୍କ ପାଇଁ ବହୁତ ଭଲ ବୋଲି ବିବେଚନା କରାଯା। ତେବେ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରମ ଟିମ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି।
ଏସିଆ କପ ସମାପ୍ତ ହେବା ପରେ ଭାରତୀୟ ଦଳ ଦିନିକିଆ ବିଶ୍ୱକପ ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହି ସିରିଜ ବିଷୟରେ ୱାସିମ ଆକ୍ରାମ କହିଛନ୍ତି ଯେ, ବିଶ୍ୱକପ ଭଳି ଏକ ବଡ଼ ଟୁର୍ନମେଣ୍ଟର କିଛି ଦିନ ପୂର୍ବରୁ ଭାରତ ଏହି ସିରିଜ ଖେଳିବା ଉଚିତ୍‌ ନୁହେଁ।
ୱାସିମ ଆକ୍ରମ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଏହି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ପାଇଁ ଭାରତୀୟ ଦଳ ବିଭିନ୍ନ ସ୍ଥାନକୁ ଯିବେ। ବିଶ୍ୱକପ ପାଇଁ ଶକ୍ତି ସଞ୍ଚୟ କରିବା ଉଚିତ୍‌। ମୁଁ ଜାଣେ ନାହିଁ ସେମାନେ କାହିଁକି ଏହି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳୁଛନ୍ତି। ମେଗା ଟୁର୍ନାମେଣ୍ଟ ସହିତ ଖେଳାଳିଙ୍କୁ କ୍ଳାନ୍ତ କରିବା ଉଚିତ୍‌ ନୁହେଁ। ଏସବୁ ଧ୍ୟାନ ନ ଦେଲେ ବିଶ୍ୱକପ୍‌ରେ ଏହାର ପରିଣାମ ଭୋଗିବାକୁ ପଡିବ।
୧୭ ସେପ୍ଟେମ୍ବରରେ ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ନିଜ ଦଳ ଘୋଷଣା କରିଛ। ଅଧିନାୟକ ପ୍ୟାଟ କମିନ୍ସଙ୍କ ବ୍ୟତୀତ ଏହା ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ପ୍ରତ୍ୟାବର୍ତ୍ତନ କରିଛନ୍ତି।

Share