ସିଡନୀ,୨୦।୩: କ୍ରିକେଟ ପ୍ରଶଂସକଙ୍କ ସବୁଠାରୁ ବଡ ପର୍ବ ଅର୍ଥାତ୍ ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ତେବେ ଦୁନିଆର ଏହି ସବୁଠୁ ବଡ କ୍ରିକେଟ ଲିଗ ଆରମ୍ଭ ପୂର୍ବରୁ ଅନେକ ଖେଳାଳି ଆହତ ହେଉଛନ୍ତି। ଗତ ଏକ ମାସ ମଧ୍ୟରେ ତିନିଜଣ ଖେଳାଳି ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ପ୍ରଥମେ ଗୁଜରାଟ ଟାଇଟାନ୍ସ ଦ୍ୱାରା ବହୁ ମୂଲ୍ୟରେ କିଣାଯାଇଥିବା ଯୁବ ଭାରତୀୟ ଖେଳାଳି ରବିନ ମିଞ୍ଜ ଏକ ବାଇକ ଦୁର୍ଘଟଣାରେ ଆହତ ହୋଇଥିଲେ। ତା’ପରେ ଶ୍ରୀଲଙ୍କାର ଲାହିରୁ ଥିରିମାନେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ବର୍ତ୍ତମାନ ବାଇକ ଦୁର୍ଘଟଣାରେ ଅଷ୍ଟ୍ରେଲିଆର କ୍ୟାମେରନ ବାନକ୍ରଫ୍ଟ ଗୁରୁତର ଆହତ ହୋଇଛନ୍ତି।
ଏହି ଦୁର୍ଘଟଣାରେ କ୍ୟାମେରନ ବାନକ୍ରାଫ୍ଟ ଗୁରୁତର ଆହତ ହୋଇଛନ୍ତି, ଏହି କାରଣରୁ ସେ ଗୁରୁବାର ଠାରୁ ପର୍ଥର WACA ଗ୍ରାଉଣ୍ଡରେ ତସ୍ମାନିଆ ବିପକ୍ଷରେ ଆରମ୍ଭ ହୋଇଥିବା ମାର୍ଶ ଶେଫିଲ୍ଡ ସିଲ୍ଡ ଫାଇନାଲରେ ଖେଳି ପାରିବେ ନାହିଁ। ବାଇକ ଚଳାଇବା ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।