Categories: ଖେଳ

୪୦ ବର୍ଷ ବୟସରେ ପୁଣି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ଏହି କ୍ରିକେଟର୍‌! ଟି-୨୦ ବିଶ୍ୱକପ୍‌ରେ ଦେଖାଇବେ ଜଲଓ୍ବା

ନୂଆଦିଲ୍ଲୀ,୯।୧: SA ଟି-୨୦ ଲିଗରେ ଚେନ୍ନାଇ ଫ୍ରାଞ୍ଚାଇଜ ଅଧିନାୟକ ଥିବା ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିପାରିବେ। ଟି-୨୦ ବିଶ୍ୱକପ ଖେଳିବା ନେଇ ସେ ଏକ ବଡ ବିବୃତ୍ତି ଦେଇଛନ୍ତି। ଡୁ ପ୍ଲେସିସ କହିଛନ୍ତି ଯେ, ସେ ନିଜକୁ ଶେଷ ସୁଯୋଗ ଦେବାକୁ ଚାହୁଁଛନ୍ତି।
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁ ପ୍ଲେସିସ ଆସନ୍ତା ସିଜନରେ ଜୋହାନ୍ସବର୍ଗ ସୁପର କିଙ୍ଗ୍ସର ଅଧିନାୟକ ହେବେ ଏବଂ ସେ ଚଳିତ ବର୍ଷ ଜୁନ୍‌ରେ ଅନୁଷ୍ଠିତ ହେବାକୁ ଥିବା ୨୦୨୪ ଟି -୨୦ ବିଶ୍ୱକପରେ ପୁଣି ଥରେ ଦକ୍ଷିଣ ଆଫ୍ରିକା ଦଳରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବେ।

ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ଫାଫ ଡୁ ପ୍ଲେସିସ SA20ରେ ଚେନ୍ନାଇ ସୁପର କିଙ୍ଗ୍ସ ଫ୍ରାଞ୍ଚାଇଜର ଦାୟିତ୍ୱ ସମ୍ଭାଳିଛନ୍ତି। ଲିଗ ଆରମ୍ଭ ପୂର୍ବରୁ ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀରେ ଟି-୨୦ ବିଶ୍ୱକପ ବିଷୟରେ ପଚରାଯାଇଥିବା ବେଳେ ପ୍ଲେସିସ କହିଛନ୍ତି, ମୁଁ ନିଜକୁ ଶେଷ ସୁଯୋଗ ଦେବାକୁ ଚାହେଁ। ଏହି ଟୁର୍ନାମେଣ୍ଟ ବର୍ତ୍ତମାନ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ମୁଁ ଭଲ କ୍ରିକେଟ ଖେଳୁଛି। ଏହି ଖେଳରେ ରହିବା ମୋ ପାଇଁ ଏକ ଭଲ ସମୟ। ଏହା ପରେ ଦେଖିବା ପରେ କଣ ହେବ। ”
କିଛି ସମୟ ପୂର୍ବରୁ ଫାଫ ଡୁ ପ୍ଲେସିସ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ। ସେ କହିଥିଲେ, ମୁଁ ନିଶ୍ଚିତ ଯେ ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ମୁଁ ପ୍ରତ୍ୟାବର୍ତ୍ତନ କରିପାରିବି। ଗତ କିଛି ବର୍ଷ ହେବ ଆମେ ଏହା ବିଷୟରେ କହୁଛୁ। ଏହା କେବଳ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ଦଳର ସନ୍ତୁଳନ ଉପରେ ନିର୍ଭର କରେ।

 

Share