Advertisement
Categories: ଖେଳ

ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ରେ ରାଜ୍‌ କରିବେ ଏହି କ୍ରିକେଟର୍‌: ଇରଫାନ ପଠାନ କଲେ ଭବିଷ୍ୟବାଣୀ

ଜୋହାନ୍ସବର୍ଗ,୧୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ ସାଇ ସୁଦର୍ଶନ । ଡେବ୍ୟୁ ମ୍ୟାଚ୍‌ରେ ସେ ଚମତ୍କାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଟିମ ଇଣ୍ଡିଆର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ସୁଦର୍ଶନଙ୍କୁ ପ୍ରଶଂସା କରିଛନ୍ତି। ସୁଦର୍ଶନ ଦୀର୍ଘ ଦିନ ଧରି ଟିମ ଇଣ୍ଡିଆରେ ରାଜ୍‌ କରିବେ।
ଏକ ସାକ୍ଷାତକାରରେ ଇରଫାନ କହିଛନ୍ତି, ଯଦି କେହି ଦକ୍ଷିଣ ଆଫ୍ରିକାର ପିଚ ଉପରେ ଏହିପରି ଖେଳୁଛନ୍ତି, ତେବେ ଭାରତକୁ ଆଗାମୀ ୧୦-୧୫ ବର୍ଷ ପାଇଁ ଏକ ଭଲ ଖେଳାଳି ମିଳିଯାଇଛି। ସେ ସଟ୍‌ ବଲ୍‌ ବହୁତ ଭଲ ଖେଳୁଛନ୍ତି।
ଘରୋଇ ମ୍ୟାଚରେ ସାଇ ସୁଦର୍ଶନଙ୍କର ଭଲ ରେକର୍ଡ ରହିଛି। ସେ ୧୨ଟି ପ୍ରଥମ ଶ୍ରେଣୀ ମ୍ୟାଚ ରେ ୮୪୩ ରନ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ସେ ୨ ଶତକ ଏବଂ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ଅବଧିରେ ସୁଦର୍ଶନଙ୍କ ଶ୍ରେଷ୍ଠ ସ୍କୋର ୧୭୯ ରନ ଥିଲା।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel