Categories: ଖେଳ

ବିମାନରେ ହଜିଗଲା ଏହି କ୍ରିକେଟର୍‌ଙ୍କ ବ୍ୟାଗ୍‌

ଲଣ୍ଡନ,୬।୮: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ଆଶେସ ସିରିଜ ଶେଷ ହୋଇଛି ଏବଂ ନିଜ ଘରୋଇ ଗ୍ରାଉଣ୍ଡରେ ଇଂଲଣ୍ଡ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୨ ସ୍ତରରେ ପହଞ୍ଚାଇବାରେ ସଫଳ ହୋଇଛି। ଏହି ସିରିଜ ପୂର୍ବରୁ ଇଂଲଣ୍ଡ ଦଳ ସହଜରେ ଏହି ସିରିଜ ଜିତି ଘରକୁ ଆଶେସ ଟ୍ରଫି ଆଣିବ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ଏହା ଘଟିଲା ନାହିଁ।
ବର୍ତ୍ତମାନ ଆଶେସ ସିରିଜ ଶେଷ ହେବା ପରେ ଦିନିକିଆ କ୍ରିକେଟରୁ ଅବସର ନେଇଥିବା ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ପରିବାର ସହିତ ଅନେକ ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି। କିନ୍ତୁ ଏହାପୂର୍ବରୁ ବିମାନରେ ତାଙ୍କ ଲଗେଜ୍‌ ହଜିଯାଇଛି। ଏନେଇ ସେ ଟୁଇଟ୍‌ କରି ସମସ୍ତଙ୍କୁ ତାଙ୍କ ସମସ୍ୟା ବିଷୟରେ କହିଥିଲେ ଏବଂ ବ୍ରିଟିଶ ଏୟାରୱେଜକୁ ମଧ୍ୟ ଟ୍ୟାଗ କରିଥିଲେ। ବ୍ରିଟିଶ ଏୟାରୱେଜ ଟୁଇଟର୍‌ରେ ତାଙ୍କ ପୋଷ୍ଟରେ ଟ୍ୟାଗ କରି ଷ୍ଟୋକ୍ସ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ବ୍ୟାଗ ଆସିନାହିଁ ଏବଂ ସାହାଯ୍ୟ ମାଗିଛି। ସହାୟତା ଆଶ୍ୱାସନା ଦେଇ ବିମାନ ସେବା ଶୀଘ୍ର ଜବାବ ଦେଇଛି।

Share