ମୁମ୍ବାଇ: ଫିଲ୍ମ ‘ବଡିଗାର୍ଡରେ’ କରୀନା କପୁରଙ୍କ ବାନ୍ଧବୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ସ୍ତ୍ରୀ ଏକ ବଡ଼ ନିଷ୍ପତ୍ତି ଯୋଗୁ ଚର୍ଚ୍ଚାରେ ରହିଛନ୍ତି। ଚଳିତ ବର୍ଷ ଅଗଷ୍ଟରେ ସେ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି। ଆରା ନାମକ ଏକ କନ୍ୟାସନ୍ତାନକୁ ସେ ଜନ୍ମ ଦେଇଛନ୍ତି। ଦୁଇ ସନ୍ତାନର ମା’ ହେଜଲ ନିକଟରେ ଏପରି କିଛି କରିଛନ୍ତି, ଯାହା ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି।
ହେଜଲ ଇନଷ୍ଟାଗ୍ରାମରେ ତାଙ୍କର ନୂଆ ହେୟାର ଷ୍ଟାଇଲର ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କରି ସେ କହିଛନ୍ତି, ଅତ୍ୟଧିକ କେଶ ଝଡ଼ିବା କାରଣରୁ ସେ କେଶ କାଟିଛନ୍ତି। ଏହା ସହିତ ଅଭିନେତ୍ରୀ ଏକ ନୋଟ୍ରେ କହିଛନ୍ତି,‘ମୁଁ ସବୁବେଳେ ଦେଖିଛି ଯେ ନୂଆ ମାଆମାନେ କେଶ କାଟନ୍ତି। ପ୍ରସବ ପରେ କେଶ ଝିଡ଼ିବା ବିଷୟରେ ମୁଁ ଜାଣିଲି,ଯେତେବେଳେ ରକୁ କୁନି ତଥା ନୂଆ ଅତିଥି ଆସନ୍ତି ସେତେବେଳେ କେଶ ଝଡ଼ିବା ଆରମ୍ଭ ହୋଇଥାଏ। ତେଣୁ ଅଯଥାରେ ଝଡ଼ିବ କାହିଁକି ମୁଁ ମୋର କେଶ କାଟି କର୍କଟ ପୀଡ଼ିତଙ୍କ ପାଇଁ ଦାନ କରିବି ବୋଲି ନିଷ୍ପତ୍ତି ନେଇଛି। ହେଜଲଙ୍କ ଏହି ନିଷ୍ପତ୍ତିରେ ଯୁବରାଜ ବି ନିଜକୁ ଗର୍ବିତ ମନେ କରିଛନ୍ତି।