ଫିଲ୍ମ ଉରିର ‘ଗରୁଡ’ ଭଳି ଦେଖାଯାଉଥିବା ଡ୍ରୋନ୍ ତିଆରି କଲା ଚାଇନା !

ବେଜିଂ,୪ ।୩: ବଲିଉଡ୍ ଫିଲ୍ମ ‘ଉରି’ରେ ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖିବାକୁ ଯେଉଁଭଳି ଏକ ଡ୍ରୋନ୍ ତିଆରି କରାଯାଇଥିଲା ଠିକ୍ ସେହିଭଳି ଏକ ଗରୁଡ ଡ୍ରୋନ୍ ତିଆରି କରାଯାଇଛି । ଏହି ରୋବର୍ଟ ଡ୍ରୋନକୁ ଚାଇନାର ଗୁଆଂସି ବିଶ୍ୱବିଦ୍ୟାଳୟର ନିଜ ଫର୍ମ ବି-ଇଟର ଟେକ୍ନୋଲୋଜିର ଇଞ୍ଜିନିୟରଙ୍କ ସହ ମିଶି ପ୍ରସ୍ତୁତ କରାଯାଇଛି । ଗୁଆଂସି ବିଶ୍ୱବିଦ୍ୟାଳୟ ଓ ଫର୍ମ ବି-ଇଟର ଟେକ୍ନୋଲୋଜିର ଇଞ୍ଜିନିୟରମାନେ ଏହାକୁ ତିଆରି କରିବାକୁ ଆଲୁମିନିୟମ ଜଏଣ୍ଟସର ବ୍ୟବହାର କରିଛନ୍ତି । ଏହାସହ ଧଳା ରଙ୍ଗର ଏହି ଗରୁଡକୁ ତିଆରି କରିବାକୁ ଥ୍ରୀ-ଡି ପ୍ରିଣ୍ଟେଡ ପ୍ଲାଷ୍ଟିକ ପାର୍ଟସ ଲଗାଯାଇଛି । ଅସଲ ଗରୁଡ ପରି ଦେଖାଯିବାକୁ ଏଥିରେ ଫୋମ ଓ ବତକର ପକ୍ଷୀ ଲଗାଯାଇଛି ।

Share