ପଦ୍ମପୁର,୯ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଆରୁହ ପଞ୍ଚାୟତ ତୁଲମତୁଲା ଗ୍ରାମର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସାରଦା ପ୍ରାସାଦ ରାୟଙ୍କୁ ସୋମବାର କ୍ରାନ୍ତି ଦିବସରେ ରାଷ୍ଟ୍ରପତିଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲାପାଳ ଡ. ଜ୍ଞାନ ଦାସ, ଉପଜିଲାପାଳ ପୀତାମ୍ବର ସାମଲ,ଅତିରିକ୍ତ ଜିଲାପାଳ ମଧୁସୂଦନ ଦାସ,ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ବିଡିଓ ପ୍ରଣବ କୁମାର ବେହେରା, ଜିଲାପାଳ ଅବସରପ୍ରାପ୍ତ ସୂଚନା ଅଧିକାରୀ ସୁବାସ ଚନ୍ଦ୍ର ନାୟକ,ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାସ,ସରପଞ୍ଚ କଳ୍ପନା ରାଣୀ ସାହୁ ପ୍ରମୁଖ ଯୋଗ ଦେଇ ସଂଗ୍ରାମୀ ରାୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ।