ଜୁଲାଇ ୧ରେ ବିବାହ କରିବେ ‘ବିଗ୍‌ ବସ୍‌-୧୬’ର ଏହି ଫେମ୍‌

ମୁମ୍ବାଇ: ‘ବିଗ୍‌ ବସ୍‌-୧୬’ର ଫେମ୍‌ ଶ୍ରୀଜିତା ଦେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ଜର୍ମାନୀର ମାଇକେଲ ବ୍ଲୋମ୍‌-ପେପ୍‌ଙ୍କୁ ବିବାହ କରିବେ। ଏଥିପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛନ୍ତି। ପ୍ରଶଂସକଙ୍କ ମଧ୍ୟରେ ସେମାନଙ୍କ ବିବାହ ଏବଂ ବିବାହ ପରେ ଜର୍ମାନୀ ଶିଫ୍ଟ କରିବା ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି।

ଯେତେବେଳେ ଶ୍ରୀଜିତା ‘ବିଗ ବସ୍‌-୧୬’ରେ ପ୍ରତିଯୋଗୀ ଭାବରେ ଯୋଗ ଦେଇଥିଲେ, ସେତେବେଳେ ତାଙ୍କ ପ୍ରେମିକ ମାଇକେଲ ବ୍ଲୋମ-ପେପ୍‌ ପରିବାର ସହିତ ଆସିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା।

ଶ୍ରୀଜିତା ଜଣେ ବଙ୍ଗୀୟ ହିନ୍ଦୁ ହୋଇଥିବା ବେଳେ ମାଇକେଲ ଜଣେ ଖ୍ରୀଷ୍ଟିଆନ। ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ପ୍ରଶ୍ନ ଯେ, କେଉଁ ପ୍ରଥା ଅନୁଯାୟୀ ଶ୍ରୀଜିତା ବିବାହ କରିବେ।

ଶ୍ରୀଜିତା ଏକ ସାକ୍ଷାତକାରରେ କହିଛନ୍ତି, ଖ୍ରୀଷ୍ଟିଆନ ଧର୍ମର ରୀତିନୀତି ଅନୁଯାୟୀ ସେ ଚର୍ଚ୍ଚରେ ବିବାହ କରିବେ। ପୁଣି ବଙ୍ଗଳା ରୀତିନୀତି ଅନୁଯାୟୀ ମଧ୍ୟ ସେ ବିବାହ କରିବେ ବୋଲି କହିଛନ୍ତି।

ଶ୍ରୀଜିତା ଏବଂ ମାଇକେଲ କେବଳ ଜର୍ମାନୀରେ ବିବାହ କରିବେ। ସେ କହିଛନ୍ତି, ସେମାନେ ବର୍ତ୍ତମାନ ବିବାହ କାର୍ଡ ବାଣ୍ଟିବା ଆରମ୍ଭ କରିଛନ୍ତି। ଯଦିଓ ଶ୍ରୀଜିତା ଟିକେ ନିରାଶ ହୋଇଛନ୍ତି କାରଣ ତାଙ୍କର ଅନେକ ବନ୍ଧୁ ତାଙ୍କ ବିବାହରେ ଯୋଗଦେଇ ପାରିବେ ନାହିଁ। ସେ କହିଛନ୍ତି, ମୁଁ ମୋର ବିବାହକୁ ନେଇ ବହୁତ ଉତ୍ସାହିତ କିନ୍ତୁ ଗୋଟିଏ କଥା ମୋତେ ଅସୁବିଧାରେ ପକାଉଛି ଯେ, ମୋର ଅତି ଘନିଷ୍ଠ ବନ୍ଧୁ ଶିବ ଠାକ୍‌ରେ ଏବଂ ଅବଦୁ ରୋଜିକ୍‌ ମୋ’ ବିବାହରେ ଯୋଗ ଦେଇ ପାରିବେ ନାହିଁ।

ବିବାହ ପରେ ଭାରତରେ ରହିବେ ନା ଜର୍ମାନୀ ଯିବେ କି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀଜିତା ଏକ ଭିଡିଓ ଶେୟାର କରି କହିଛନ୍ତି, ସେ ଜର୍ମାନୀକୁ ଯିବେ ନାହିଁ। କାରଣ ଭାରତରେ ରହି ମୁଁ ମୋର କାର୍ଯ୍ୟ ଉପରେ ଧ୍ୟାନ ଦେବି ବୋଲି ଭିଡିଓରେ ସେ କହିଛନ୍ତି।

Share