ନିଜ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନେତା ସଞ୍ଚୀବ କୁମାର ବଲିଉଡ୍‌ର ମେଗାଷ୍ଟାର ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ପ୍ରଶଂସକଙ୍କ ଗହଣରେ ହରି ଭାଇ ଭାବେ ଜଣାଶୁଣା ଥିଲେ। ସେ ନିଜ କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିଲେ। ସେ କେବଳ ଜଣେ ଚମତ୍କାର ଅଭିନେତା ନ ଥିଲେ, ଜଣେ ଭଲ ବ୍ୟକ୍ତିତ୍ୱ ମଧ୍ୟ ଥିଲେ। ସେ ନିଜ ମୃତ୍ୟୁର ଭବିଷ୍ୟବାଣୀ ନିଜେ କରିଥିଲେ, ଯାହା ପରେ ସତ ମଧ୍ୟ ହୋଇଥିଲା।
ଥରେ ଏକ ସାକ୍ଷାତକାରରେ ସଞ୍ଜୀବ କୁମାର କହିଥିଲେ, ତାଙ୍କ ପରିବାରର ଅନ୍ୟ ପୁରୁଷଙ୍କ ଭଳି ସେ ମଧ୍ୟ ୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବେ ନାହିଁ। ଏହି କାରଣରୁ ସେ ବଡ଼ ପରଦାରେ ଯୁବାବସ୍ଥାରେ ହଁି ବୟସ୍କ ରୋଲ କରିବାର ଅନୁଭୂତି ଆପଣାଇବାକୁ ଚାହୁଁଥିଲେ।
ଶେଷରେ ସଞ୍ଜୀବ କୁମାରଙ୍କ ଏହି କଥା ସତ ପ୍ରମାଣିତ ହୋଇଥିଲା। ୧୯୮୫ ମସିହା ନଭେମ୍ବର ୬ରେ ତିାଙ୍କର ପରଲୋକ ଘଟିଥିଲା। ସେତେବେଳେକୁ ତାଙ୍କ ବୟସ ୪୭ ବର୍ଷ ହୋଇଥିଲା।
ସଞ୍ଜୀବ କୁମାର ଶୋଲେ, ଅର୍ଜୁନ ପଣ୍ଡିତ, ତ୍ରିଶୁଳ, ଖାଲାନା, ନେୟି ଦିନ୍‌ ନେୟି ରାତ୍‌, ୟହି ହୈ ଜିନ୍ଦେଗୀ, ଦେବତା ଭଳି ହିଟ୍‌ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ।

Share