ସ୍ବାମୀଙ୍କଠାରୁ ଧନୀ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ପରେ ହଲିଉଡ୍‌ ନାଁ କମାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ ଅଛନ୍ତି। କଠିନ ପରିଶ୍ରମ ଯୋଗୁ ସେ ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସୋସିଆଲ ମିଡିଆରେ ହେଉ କିମ୍ବା ଫିଊ୍ମ ସବୁଠି ପ୍ରିୟଙ୍କାଙ୍କ ଦବ୍‌ଦବା ରହିଛି। ଏବେ ପ୍ରିୟଙ୍କା ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି, ଏବଂ ତାଙ୍କର କୌଣସି ଅଭାବ ନାହିଁ। ପ୍ରିୟଙ୍କା ଫିଲ୍ମ (ବଲିଉଡ ଏବଂ ହଲିଉଡ), ବିଜ୍ଞାପନ, ମଞ୍ଚ ପ୍ରଦର୍ଶନ ସୋସିଆଲ ମିଡିଆ ଏବଂ ବ୍ରାଣ୍ଡ ପ୍ରମୋଶନ ମାଧ୍ୟମରେ ରୋଜଗାର କରନ୍ତି। ପ୍ରିୟଙ୍କା ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୧୨ କୋଟି ଟଙ୍କା ଆଦାୟ କରନ୍ତି। ୨୦୧୫ରେ ପ୍ରିୟଙ୍କା ଆମେରିକୀୟ ଟିଭି ଡ୍ରାମା କ୍ୱାଣ୍ଟିକୋରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ, ତାଙ୍କୁ ପ୍ରତ୍ୟେକ ଏପିସୋଡ ପାଇଁ ତିନି କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଷ୍ଟେଜ ଶୋ’ ପାଇଁ ଚାରିରୁ ପାଞ୍ଚ କୋଟି ଫି ଆଦାୟ କରନ୍ତି। ୨୦୧୯ରେ ପ୍ରିୟଙ୍କା ସୋସିଆଲ ମିଡିଆରେ ପ୍ରାୟୋଜିତ ପୋଷ୍ଟ ପାଇଁ ୧.୯୨ କୋଟି ଟଙ୍କା ଆଦାୟ କରୁଛନ୍ତି। ପ୍ରିୟଙ୍କା ମୁମ୍ବାଇ, ଗୋଆ ଏବଂ ଲସ ଆଞ୍ଜେଲସରେ ବିଳାସପୂର୍ଣ୍ଣ ଘର ନିର୍ମାଣ କରିଛନ୍ତି। ଏହା ବ୍ୟତୀତ ମୁମ୍ବାଇରେ ତାଙ୍କର ଅନେକ ଫ୍ଲାଟ ଏବଂ ଦୋକାନ ମଧ୍ୟ ଅଛି। ପ୍ରିୟଙ୍କା ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସହ ଲସ ଅଞ୍ଜେଲସ ଘରେ ରୁହନ୍ତି ଏବଂ ଏହି ଘରର ମୂଲ୍ୟ ପ୍ରାୟ ୧୪୪ କୋଟି ଟଙ୍କା ଅଟେ।
ପ୍ରିୟଙ୍କାଙ୍କର ଗୋଲାପୀ ହାର୍ଲି ଡେଭିଡସନ ଷ୍ଟ୍ରିଟ ୫୦୦ ରେସିଂ ବାଇକ ଅଛି, ଯାହାର ମୂଲ୍ୟ ଚାରି ଲକ୍ଷରୁ ଅଧିକ। କେବଳ ଏତିକି ନୁହେଁ ପ୍ରିୟଙ୍କାଙ୍କ ପାଖରେ ଅନେକ ଦାମୀ ଏବଂ ବିଳାସପୂର୍ଣ୍ଣ କାର ମଧ୍ୟ ଅଛି। ତାଙ୍କ ପାଖରେ ୫ କୋଟିରୁ ଅଧିକ ମୂଲ୍ୟର ରୋଲ୍ସ ରୟାଲ ଘୋଷ୍ଟ,୧.୯୫ କୋଟି ମୂଲ୍ୟର ବିଏମଡବ୍ଲ୍ୟୁ, ୧.୨୧ କୋଟିର ମର୍ସିଡିଜ ବେଞ୍ଜ ଏସ କ୍ଲାସ, ୧.୦୪ କୋଟି ସହିତ ପୋର୍ସେ କେୟେନ, ୭୬ ଲକ୍ଷ ମୂଲ୍ୟର କର୍ମା ଫିସର ଏବଂ ୫୨ ଲକ୍ଷ ମୂଲ୍ୟର ବିଏମଡବ୍ଲ୍ୟୁ କାର ରହିଛି। ପ୍ରିୟଙ୍କାଙ୍କ ନିଟ ମୂଲ୍ୟ ୨୦୦ କୋଟିରୁ ଅଧିକ ଅଟେ। ଏଥି ସହିତ, ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୭୫ କୋଟିରୁ ଅଧିକ।

Share