ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ପାକିସ୍ତାନର ପ୍ରସିଦ୍ଧ ତଥା କିମ୍ବଦନ୍ତୀ ଅଭିନେତ୍ରୀ ଫରିଦା ବେଗମ ଆଉନାହାଁନ୍ତି। ଲାହୋରରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ୭୩ ବର୍ଷ ହୋଇଥିଲା। ସେ ଦୀର୍ଘ ସମୟ ଧରି ପାକିସ୍ତାନୀ ସିନେମାରେ ଅଭିନୟ କରିଥିଲେ ଏବଂ ବଡ ପରଦାରେ ଏକ ଅବିସ୍ମରଣୀୟ ଛାପ ଛାଡିଥିଲେ। ତାଙ୍କର ପ୍ରତ୍ୟେକ ଚରିତ୍ର ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ଫରିଦା ବେଗମ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଲାହୋରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ଫରିଦା ବେଗମଙ୍କ ମୃତ୍ୟୁ ପରେ ପାକିସ୍ତାନୀ ସିନେମାରେ ଶୋକର ଛାୟା ଖେଲିଯାଇଛଇ। ସୂଚନାଯୋଗ୍ୟ, ଏକ ସମୟ ଥିଲା ଯେ ଫରିଦା ବେଗମ ପାକିସ୍ତାନୀ ସିନେମାର ପ୍ରସିଦ୍ଧ ଚେହେରା ଥିଲେ। ସେ ୬୦ ଓ ୭୦ ଦଶକରେ ସୁନାମ ଅର୍ଜନ କରିଥିଲେ। ଫରିଦା ୧୯୬୩ରେ ଫାନୁସ ଫିଲ୍ମ ଜରିଆରେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଫରିଦା ବେଗମ ଉର୍ଦ୍ଦୁ, ପଞ୍ଜାବୀ ଏବଂ ପାଶ୍ଟୁ ଭାଷାରେ ପ୍ରାୟ ୧୫୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

Share