ବିବାହ ଦିନ ଜାଣିଶୁଣି ଫଟା ଶାଢି ପିନ୍ଧି ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, କାରଣ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍ଟେ ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫ ମସିହା ସେପ୍ଟେମ୍ବର ୭ରେ ପୁଣେରେ ଜନ୍ମଗ୍ରହଣ କରିଥିବା ରାଧିକା ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୨୦୧୨ରେ ସେ ବିଦେଶୀ ମ୍ୟୁଜିସିଆନ୍‌ ବେନେଡିକ୍ଟ ଟେଲରଙ୍କୁ ଲୁଚିଛପି ବିବାହ କରିଥିଲେ। ଗୋଟିଏ ବର୍ଷ ପର୍ଯ୍ୟନ୍ତ ନିଜ ବିବାହ ଖବରକୁ ଲୁଚାେଇ ରଖିଥିଲେ। ୨୦୧୧ରେ ରାଧିକା ନୃତ୍ୟ ଶିଖବବାକୁ ଲଣ୍ଡନ ଯାଇଥିଲେ। ସେଠାରେ ସେ ଟେଲରଙ୍କ ପ୍ରେମରେ ପଡିଥିଲେ। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ରେଜିଷ୍ଟର ବିବାହ କରିଥିଲି। ବିବାହ ଦିନ ଜେଜେ ମା’ଙ୍କ ପୁରୁଣା ଶାଢି ପିନ୍ଧିଥିଲି। ଶାଢିର ଅନେକ ଯାଗାରେ ଫଟା ଥିବା ସତ୍ତ୍ୱେ ମୁଁ ଏହାକୁ ପିନ୍ଧିଥିଲି। ଜେଜେ ମା’ଙ୍କୁ ସବୁଠୁ ଅଧିକ ଭଲ ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ରାଧିକା କହିଥିଲେ। ୨୦୦୫ରେ ସେ ବଲିଉଡ୍‌ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। କେବଳ ହିନ୍ଦୀ ନୁହେଁ, ବଙ୍ଗଳା, ମରାଠୀ, ମାଲାୟଲମ, ତେଲୁଗୁ ଏବଂ ଇଂରାଜୀ ଫିଲ୍ମରେ ମଧ୍ୟ ସେ ନିଜ ଅଭିନୟର ଯାଦୁ ଦେଖାଇସାରିଛନ୍ତି। ମାନଝୀ ଦ ମାଉଣ୍ଟେନ୍‌ ମ୍ୟାନ୍‌ ଫିଲ୍ମରେ ଫଗୁନିଆ ଚରିତ୍ରରେ ସେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ।

Share