Posted inଖେଳ

ହଠାତ୍‌ କ୍ରିକେଟ୍‌ରୁ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍‌

କଲମ୍ବୋ,୪।୨: ପାଖାପାଖି ଦେଢ଼ ଦଶନ୍ଧି ଧରି ଶ୍ରୀଲଙ୍କା କ୍ରିକେଟ ଦଳର ସେବା କରିଥିବା ଦିମୁଥ କରୁଣାରତ୍ନେ ଅବସର ଘୋଷଣା କରିଛନ୍ତି। ଗାଲେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ ପରେ ସେ ଅବସର ନେବେ। କରୁଣାରତ୍ନେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଏହି ଆଗାମୀ ମ୍ୟାଚ ମଧ୍ୟ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ହେବ। ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୮ ହଜାରରୁ ଅଧିକ ରନ କରିଛନ୍ତି।
ଦିମୁଥ କରୁଣାରତ୍ନେ କହିଛନ୍ତି, ସେ ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବା ପରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେବେ। ଅବସର ପରେ ସେ ଶ୍ରୀଲଙ୍କା ଛାଡ଼ି ଆସନ୍ତା ମାସରେ ପରିବାର ସହ ଅଷ୍ଟ୍ରେଲିଆ ଯିବେ ବୋଲି ସେ ପ୍ରକାଶ କରିଛନ୍ତି। ମେଜର କ୍ଲବ ତିନିଦିନିଆ ଟୁର୍ନାମେଣ୍ଟରେ କରୁଣାରତ୍ନେ ନିଜର ଶେଷ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଫେବ୍ରୁଆରୀ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସିଂହଳୀଜ୍‌ ଓ ନାନ୍ଦେସ୍କକ୍ରିପ୍ଟସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ସେ ଭାଗ ନେବେ।
ଦିମୁଥ କରୁଣାରତ୍ନେ ଅବସର ନେବା ପରେ କହିଛନ୍ତି, ଯଦି ଜଣେ ଖେଳାଳି ବର୍ଷକୁ ମାତ୍ର ୪ଟି ଟେଷ୍ଟ ମ୍ୟାଚ ଖେଳନ୍ତି ତେବେ ଫର୍ମ ବଜାୟ ରଖିବା ଏବଂ ଉତ୍ସାହିତ ରହିବା କଷ୍ଟକର। ଗତ ୨-୩ ବର୍ଷ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଆରମ୍ଭ ହେବା ପରଠାରୁ ଆମେ ବହୁତ କମ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିଛୁ। ମୋର ବର୍ତ୍ତମାନର ଫର୍ମ, ୧୦୦ତମ ଟେଷ୍ଟ ଏବଂ ୨୦୨୩-୨୫ ଡବ୍ଲ୍ୟୁଟିସି ସିଜିନ ଶେଷ ହେବା ମଧ୍ୟ ମୋର ଅବସର ନିଷ୍ପତ୍ତି ପଛରେ ରହିଛି। ମୁଁ ଭାବୁଛି ଅବସର ପାଇଁ ଏହା ହେଉଛି ଉପଯୁକ୍ତ ସମୟ।
ଦିମୁଥ କରୁଣାରତ୍ନେ ୨୦୧୧ରେ ଶ୍ରୀଲଙ୍କା ପକ୍ଷରୁ ଦିନିକିଆ ମ୍ୟାଚ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ନିଜ କ୍ୟାରିୟରରେ ସେ ୯୯ ଟେଷ୍ଟ ମ୍ୟାଚ ଖେଳି ୭୧୭୨ ରନ କରିଛନ୍ତି। ସେ ନିଜ ଟେଷ୍ଟ କ୍ୟାରିୟରରେ ୧୬ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଦିନିକିଆ କ୍ୟାରିୟରରେ ସେ ୫୦ ମ୍ୟାଚ ଖେଳି ମୋଟ ୧୩୧୬ ରନ କରିଛନ୍ତି। ଦିନିକିଆ ମ୍ୟାଚରେ ତାଙ୍କର ଗୋଟିଏ ଶତକ ଓ ୧୧ଟି ଅର୍ଦ୍ଧଶତକ ରହିଛି। ଦୀର୍ଘ ୧୪ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୮ ହଜାରରୁ ଅଧିକ ରନ କରିବା ସହ ୧୭ଟି ଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri