ତାଜମହଲ ସମ୍ମୁଖରେ ଡ୍ୟାନ୍ସ କଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା : ଭାଇରାଲ ହେଲା ଭିଡିଓ

ଆଗ୍ରା,୨୧।୧୨-ମହାମାରୀ ଯୋଗୁ ଦୀର୍ଘଦିନ ଧରି ବନ୍ଦ ରହିଥିଲା ଫିଲ୍ମ ଶୁଟିଂ। ଲକଡାଉନ ପରେ ବର୍ତ୍ତମାନ ପୁଣି ଥରେ ଆରମ୍ଭ ହୋଇ ଫିଲ୍ମ ଶୁଟିଂ। ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜର ଅପକମିଂ ଫିଲ୍ମ ’ଅତରଙ୍ଗିରେ’ ନଜର ଆସିବେ। ଏହି ଫିଲ୍ମର ଶୁଟିଂ ବର୍ତ୍ତମାନ ଆଗ୍ରାରେ ଚାଲିଛି।

ଏଥିସକାଶେ ଅକ୍ଷୟ ରବିବାର ଆଗ୍ରାରେ ପହଞ୍ଚିଛନ୍ତି। ତାଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ଦକ୍ଷିଣ ଫିଲ୍ମ ଷ୍ଟାର ଧନୁଷ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ତେବେ ଶୁଟିଂ ସେଟ ପଛର ଏକ ଭିଡିଓ ଅକ୍ଷୟ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ଅକ୍ଷୟ ତାଜମହଲ ସମ୍ମୁଖରେ ଥିବା ଏକ ଗେଟ ଆଗରେ ଅକ୍ଷୟ ନୃତ୍ୟ କରୁଥିବା ଦେଖାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Share