ବିବାହର ୧୩ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ଏହି କପଲ

ମୁମ୍ବାଇ: ଟେଲିଭିଜନ ଦୁନିଆର ନାମୀ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ଥିବା ବରଖା ବିଷ୍ଟ ଓ ଅଭିନେତା ଇନ୍ଦ୍ରନୀଲ ସେନଗୁପ୍ତା ଏବେ ଅଲଗା ହେବାକୁ ଯାଉଛନ୍ତି। ଏମିତି ଏକ ଖବର ଏବେ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। ରିପୋଟର୍ସଙ୍କ ଅନୁଯାୟୀ, ଗତ ୨ ବର୍ଷ ହେଲା ଏହି କପୁଲ ଅଲଗା ଅଲଗା ରହୁଛନ୍ତି। ଏବେ ପ୍ରଥମ ଥର ଲାଗି ଅଭିନେତ୍ରୀ ଏହାକୁ ନେଇ ମୁହଁ ଖୋଲିଛନ୍ତି ଓ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ବରଖା କହିଛନ୍ତି ସେ ଖୁବଶୀଘ୍ର ଇନ୍ଦ୍ରନୀଲଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି।
ନକିଟରେ ବରଖା କନଫର୍ମ କରିଥିଲେ କି ପ୍ରାୟ ୧୩ ବର୍ଷର ବିବାହ ବନ୍ଧନ ପରେ ଏବେ ଆମେ ଅଲଗା ହେବାକୁ ଯାଉଛୁ। ବରଖା ତାଙ୍କର ଏକ ଇଣ୍ଟରଭ୍ୟୁରେ କହିଥିଲେ, ଖୁବଶୀଘ୍ର ଆମର ତଲାଗ ହେବାକୁ ଯାଉଛି ଆଉ ଏହା ମୋ ଜୀବନର ସବୁଠାରୁ ବଡ କଠିନ ନିଷ୍ପତ୍ତି। ସୂଚନାଯୋଗ୍ୟ, ୨୦୨୧ରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ହେଲେ ସେତେବେଳେ କପଲ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଥିଲେ।

Share