Posted inଖେଳ

୩ଥର ମ୍ୟାଟ୍ରିକ୍‌ ଫେଲ୍‌ ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ସରକାରୀ ଚାକିରି ଛାଡି ଧରିଥିଲେ ବ୍ୟାଟ୍‌‌

ଭାରତୀୟ କ୍ରିକେଟ୍‌ ଖେଳାଳି କ୍ରୁନାଲ ପାଣ୍ଡ୍ୟା ଆସି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ମାର୍ଚ୍ଚ ୨୪, ୧୯୯୧ରେ ସେ ଗୁଜରାଟର ବରୋଦାରେ ଜନ୍ମଗ୍ରହଣ କରିଥିଲେ। ବରୋଦା ଦଳର ଅଧିନାୟକ ୩୦ ବର୍ଷୀୟ କ୍ରୁନାଲ ଭାରତର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ ଭାଇ। ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ, କ୍ରୁନାଲ ଏକ ଏକଦିବସୀୟ ଡେବ୍ୟୁ କରିବାର ସୁଯୋଗ ପାଇଲେ ଏବଂ ପ୍ରଥମ ମ୍ୟାଚ୍‌ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ॥ ଟିମ ଇଣ୍ଡିଆର ଅଲରାଉଣ୍ଡର ତଥା ମୁମ୍ବାଇ ଇଣ୍ଡିଆନ୍ସର ଗୁରୁତ୍ୱପୂର୍ଣ୍ଣ ଖେଳାଳି କ୍ରୁନାଲ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ରୋଚକ। କ୍ରୁନାଲ ପାଣ୍ଡ୍ୟା ଏକ ସାକ୍ଷାତକାରରେ କହିଥିଲେ ମୋର ଏବଂ ହାର୍ଦ୍ଦିକଙ୍କର ବହୁତ ସାଙ୍ଗ ନ ଥିଲେ। ଆମେ ସ୍କୁଲକୁ ଯାଇ ପଡ଼ିଆରେ କ୍ରିକେଟ୍‌ ଖେଲୁଥିଲୁ। ମୁଁ ଦଶମରେ ୩ ଥର ଫେଲ୍‌ ହୋଇଥିଲି, କିନ୍ତୁ ମୁଁ ହାର ମାନିଲି ନାହିଁ ଏବଂ ଏହା ପରେ ମୁଁ ମଧ୍ୟ କଲେଜ ପାସ କଲି । ମୋ ଭିତରେ କୌଣସି ସ୍ଥାନରେ ଭୟ ଥିଲା ଯେ ଯଦି କ୍ରିକେଟରେ କିଛି ନହୁଏ, ତେବେ ଶିକ୍ଷା ଆବଶ୍ୟକ, ଅନ୍ତତଃ ପକ୍ଷେ ମୁଁ ପେଟ ପୋଷି ପାରିବି।
ବହୁ ପରିଶ୍ରମ ପରେ କ୍ରୁନାଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିକେଟରେ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। କ୍ରୁନାଲଙ୍କୁ ସ୍ପିଡ୍‌ ପୋଷ୍ଟ ସରକାରୀ ଚାକିରି ମଧ୍ୟ ମିଳିଥିଲା, ଯାହାକୁ ସେ ଗ୍ରହଣ କରି ନ ଥିଲେ। ଯେଉଁଦିନ ଚାକିରି ପାଇଁ ଚିଠି ପାଇଥିଲେ ସେଦିନ ତାଙ୍କର ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଟ୍ରାଏଲ୍‌ ମ୍ୟାଚ୍‌ ଥିଲା। କ୍ରୁନାଲ ନିଷ୍ପତ୍ତି ନେଇଥିଲେ ଗତ ଅଢେଇ ବର୍ଷ ମଧ୍ୟରେ କଠିନ ପରିଶ୍ରମ କରିଛି କିନ୍ତୁ ଏହି ସ୍ପିଡ ପୋଷ୍ଟ ଚାକିରି ପାଇଁ ନୁହେଁ। ଭଲ କ୍ରିକେଟ ଖେଳିବା ପାଇଁ ମୁଁ କଠିନ ପରିଶ୍ରମ କଲି। ସେନିନର ନିଷ୍ବତ୍ତି ଆଜି ମୋ ଭାଗ୍ୟ ବଦଳାଇ ଦେଇଛି ବୋଲି କ୍ରୁନାଲ କହିଛନ୍ତି।
ସୂଚନାଯୋଗ୍ୟ, କ୍ରୁନାଲ ପାଣ୍ଡ୍ୟା ତାଙ୍କର ପ୍ରଥମ ଦିନିକିଆରେ ବିସ୍ଫୋରକ ଇନିଂଶ ଖେଳିଥିଲେ। ସେ ୨୬ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ ଡେବ୍ୟୁ ମ୍ୟାଚରେ ଏହା ହେଉଛି ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ। ସେ ଏହି ଇନିଂସକୁ ତାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କୁ ଉତ୍ସର୍ଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri