ସିଡନୀ,୩୦।୧୨: ଅଷ୍ଟ୍ରେଲିଆ ତାରକା ଓପନର୍ ଡେଭିଡ ୱାର୍ନର ବର୍ଷ ଶେଷରେ ନିଜକୁ ଏକ ସୱତନ୍ତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଅଷ୍ଟ୍ରେଲୀୟ କ୍ରିକେଟର ନିଜକୁ ଦଶକର ଶ୍ରେଷ୍ଠ ପୁରୁଷ ଟିକ୍ଟକ୍ର ବୋଲି ଅଭିହିତ କରିଛନ୍ତି। ନିକଟରେ ଆଇସିସି ଏହାର ଦଶନ୍ଧିର ଶ୍ରେଷ୍ଠ କ୍ରିକେଟରଙ୍କ ତାଲିକା ପ୍ରକାଶ କରିଛି। ଏହାପରେ ଓ୍ବାର୍ନର ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଓ୍ବାର୍ନର ଟିକ୍ଟକ୍ରେ ବେଶ୍ ସକ୍ରିୟ। ପ୍ରତିଦିନ ସ୍ତ୍ରୀ କ୍ୟାଣ୍ଡିକ ଓ୍ବାର୍ନ ଏବଂ ୩ ଝିଅଙ୍କ ସହ ନୂଆ ନୂଆ ମଜାଳିଆ ଭିଡିଓ କରି ସେ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି। ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥାଏ।