Categories: ଖେଳ

ସଚିନଙ୍କ ସ୍ବପ୍ନକୁ ଭାଙ୍ଗିଦେଇଥିଲେ ଅଷ୍ଟ୍ରେଲିଆର ଏହି ଦ୍ରୁତ ବୋଲର

ସିଡ଼ନୀ,୯।୨: ମହାନ ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ ମ୍ୟାକଗ୍ରାଥ ତାଙ୍କ କ୍ୟାରିୟର ସମୟରେ ଅନେକ ଥର ମ୍ୟାଚ ଓ୍ବିନିଙ୍ଗ୍‌ ପ୍ରଦର୍ଶନ ଦେଇଛନ୍ତି। ବିଶ୍ୱ କ୍ରିକେଟର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ମ୍ୟାକଗ୍ରାଥ ସାମିଲ। ସେ ଏପରି ଅନେକ ରେକର୍ଡ କରିଛନ୍ତି, ଯାହା କୌଣସି ଖେଳାଳିଙ୍କ ପକ୍ଷେ ତାହା ଭାଙ୍ଗିବା ସହଜ ହେବ ନାହିଁ । ମ୍ୟାକଗ୍ରାଥ ବିଶ୍ୱକପ୍‌ ୨୦୦୩ରେ ଚମତ୍କାର ବୋଲିଂ କରିଥିଲେ। ତାଙ୍କ ଯୋଗୁ ଟିମ ଇଣ୍ଡିଆ ଏବଂ ସଚିନ ତେନ୍ଦୁଲକରଙ୍କ ଟାଇଟଲ ଜିତିବାର ସ୍ବପ୍ନ ଭାଙ୍ଗିଯାଇଥିଲା। ମ୍ୟାକଗ୍ରାଥ ଆଜି ତାଙ୍କର ୫୪ ତମ ଜନ୍ମଦିନ ପାଳନ କରୁଛନ୍ତି।

ବାସ୍ତବରେ, ବିଶ୍ୱକପ୍‌ ୨୦୦୩ର ଫାଇନାଲ ମ୍ୟାଚ ୨୩ ମାର୍ଚ୍ଚରେ ଜୋହାନ୍ସବର୍ଗରେ ଖେଳାଯାଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨ ଉଇକେଟ୍‌ ହରାଇ ୩୫୯ ରନ୍‌ ସଂଗ୍ରହ କରିଥିଲା। ଦଳ ପାଇଁ ଓପନିଙ୍ଗ୍‌ କରିବାକୁ ଆଡାମ ଗିଲକ୍ରିଷ୍ଟ ଏବଂ ମାଥ୍ୟୁ ହେଡେନ ଆସିଥିଲେ। ଗିଲକ୍ରିଷ୍ଟ ୪୮ବଲ ସମ୍ମୁଖରେ ୫୭ ରନ ସ୍କୋର କରିଥିଲେ। ଯେଉଁଠାରେ ହେଡେନ ୩୭ରନ ସ୍କୋର କରିବା ପରେ ଆଉଟ ହୋଇଯାଇଥିଲେ। ଏହା ପରେ ଅଧିନାୟକ ରିକି ପଣ୍ଟିଙ୍ଗ ବ୍ୟାଟିଂ କରିବାକୁ ଆସିଥିବା ବେଳେ ପଣ୍ଟିଂ ୧୨୧ ବଲ ସମ୍ମୁଖରେ ଅପରାଜିତ ୧୪୦ ରନ୍‌ ସ୍କୋର କରିଥିଲେ। ତାଙ୍କ ଇନିଂସରେ ୪ ଚୌକା ଓ ୮ ଛକା ଅନ୍ତର୍ଭୁକ୍ତ ହୋଇଥିଲା।

ଅଷ୍ଟ୍ରେଲିଆ ଦେଇଥିବା ଟାର୍ଗେଟକୁ ପଛରେ ପକାଇ ଟିମ ଇଣ୍ଡିଆ ପାଇଁ ଓପନିଙ୍ଗ୍‌ କରାବାକୁ ସଚିନ ଏବଂ ବିରେନ୍ଦର ସେହୱାଗ ପହଞ୍ଚିଥିଲେ। ମ୍ୟାକଗ୍ରାଥ ଏଠାରେ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲେ। ସେ ସଚିନଙ୍କୁ ଆଉଯ୍‌ କରିଦେଇଥିଲେ। ସଚିନ ମାତ୍ର ୪ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଏହା ପରେ ସେହୱାଗ ଏହାର ଦାୟିତ୍ୱ ଗ୍ରହଣ କଲେ। ସେ ୧୦ ଚୌକା ଓ ୩ ଛକା ସହାୟତାରେ ୮୪ ରନ ସ୍କୋର କରିଥିଲେ। ରାହୁଲ ଦ୍ରାବିଡ ୨ ଚୌକା ସହାୟତାରେ ୪୭ ରନ ସଂଗ୍ରହ କରିଥିଲେ। ଏମାନଙ୍କ ବ୍ୟତୀତ କୌଣସି ଭାରତୀୟ ବ୍ୟାଟର୍‌ ବିଶେଷ କିଛି କରିପାରନଥିଲେ। ଟିମ ଇଣ୍ଡିଆ ୨୩୪ ସ୍କୋରରେ ଆଉଟ ହୋଇଥିଲା। ଆଉ ଅଷ୍ଟ୍ରେଲିଆ ୧୨୫ ରନରେ ବିଜୟୀ ହୋଇଥିଲା।

Share