ଭାଗ୍ୟଶ୍ରୀଙ୍କ ଭାଗ୍ୟ ଉଜ୍ଜ୍ୱଳ କରିଥିଲା ଏହି ଫିଲ୍ମ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ସରୋଜ ବଡ଼ଜାତ୍ୟା ପାରିବାରିକ ଦର୍ଶକଙ୍କୁ ପାରିବାରିକ ଫିଲ୍ମ ଭେଟି ଦେଇ ହୃଦୟ ଜିତିଛନ୍ତି। ବିଶେଷକରି ତାଙ୍କ ପାରିବାରିକ ଫିଲ୍ମରେ ଦେଖାଯାଉଥିବା ପ୍ରେମ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ତାଙ୍କର ଏକ ଫିଲ୍ମ ‘ମେନେ ପ୍ୟାର୍‌ କିୟା’ ୧୯୮୯ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସଲମାନ ଖାନ ଏବଂ ଭାଗଶ୍ରୀ ନଜର ଆସିଥିଲେ। ଅଭିନେତ୍ରୀଙ୍କ ନିରୀହ ଚେହେରା ଦେଖି ଲୋକେ ସେତେବେଳେ ପାଗଳ ହୋଇଯାଇଥିଲେ।

ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ସେତେବେଳେ ଛୁଇଁଥିଲା। ଫିଲ୍ମର ପ୍ରଭାବ ଏପରି ଥିଲା ଯେ, ଲୋକମାନେ ଆଜି ମଧ୍ୟ ଏହି ଫିଲ୍ମକୁ ଭୁଲିପାରିନାହାନ୍ତି। ଏହି ଫିଲ୍ମ ସଲମାନଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ଏହା ସହିତ ଭାଗ୍ୟଶ୍ରୀଙ୍କ ଭାଗ୍ୟ ମଧ୍ୟ ଏହି ଫିଲ୍ମରେ ଉଜ୍ଜ୍ୱଳ ହୋଇଥିଲା। ଆଜି ଅର୍ଥାତ୍‌ ଫେବୃୟାରୀ ୨୨ରେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସରୋଜ ବଡ଼ଜାତ୍ୟାଙ୍କ ଜନ୍ମଦିନ।

ସରୋଜଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ମେନେ ପ୍ୟାର୍‌ କିୟା’ ହେଉଛି ପ୍ରଥମ ଫିଲ୍ମ। ପ୍ରାରମ୍ଭରେ ସେ ସ୍କ୍ରିପ୍ଟ ପସନ୍ଦ କରୁ ନ ଥିଲେ, ତା’ପରେ ଆଉ ଏକ ପ୍ରସ୍ତୁତ କରାଯାଇଥିଲା। ଏହାପୂର୍ବରୁ ସେ ଅନ୍ୟ କିଛି କାହାଣୀ ଉପରେ ଫିଲ୍ମ କରିବାକୁ ଯୋଜନା କରୁଥିଲେ। କିନ୍ତୁ ତାଙ୍କ ପିତାଙ୍କ ନିର୍ଦ୍ଦେଶରେ ସେ ଏକ ରୋମାଣ୍ଟିକ ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ସେ ‘ମେନେ ପ୍ୟାର୍‌ କିୟା’ ପାଇଁ କାହାଣୀ ଲେଖିଥିଲେ। ଯାହା ହିଟ୍‌ ବି ହୋଇଥିଲା।

Share