ବାଂଲାଦେଶରେ ରିଲିଜ ହେବ ସଲମାନଙ୍କ ମୁଭି

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁଙ୍କ ମୁଭି ‘କିସି କା ଭାଇ କିସି କି ଜାନ’ ଇଦ ଅବସରରେ ୨୧ ଏପ୍ରିଲ ୨୦୨୩ରେ ରିଲିଜ ହୋଇଥିଲା। ମୁଭିକୁ ବକ୍ସ ଅଫିସରେ ଭଲ ରେସପନ୍ସ ବି ମିଳିଥିଲା। ଏବେ ଏହି ମୁଭି ‘କିସି କା ଭାଇ କିସି କି ଜାନ’ ବାଂଲାଦେଶରେ ରିଲିଜ ହେବାକୁ ପ୍ରସ୍ତୁତ ହେଉଛି। ଏହାକୁ ନେଇ ବାଂଲାଦେଶରେ ଥିବା ସଲମାନଙ୍କ ପ୍ରଶଂସକମାନେ ଖୁବ ଉତ୍ସାହିତ ହୋଇ ପଡିଛନ୍ତିି। ସୂଚନାଯୋଗ୍ୟ, ସଲମାନ ଖାଁଙ୍କ ମୁଭି ପୂର୍ବରୁ ଶାହାରୁଖ ଖାଁଙ୍କ ଅଭିନୀତ ମୁଭି ‘ପଠାନ’ ବି ବାଂଲାଦେଶରେ ରିଲିଜ ହୋଇଥିଲା। ସେଠାରେ ଦର୍ଶକେ ଏହି ମୁଭିକୁ ବେଶ ପସନ୍ଦ କରିଥିଲେ।
ବାଂଲାଦେଶରେ ସଲମାନଙ୍କ ମୁଭି ‘କିସି କା ଭାଇ କିସି କି ଜାନ’ ରିଲିଜ କରିବା ପାଇଁ ବାଂଲାଦେଶ ସୂଚନା ମନ୍ତ୍ରଣାଳୟ ଅନୁମତି ଦେଇଛନ୍ତି। ଏହାକୁ ରିଲିଜ କରିବାକୁ ଯାଉଥିବା କମ୍ପାନୀ କିଛିଦିନ ତଳେ ବାଂଲାଦେଶ ସୂଚନା ମନ୍ତ୍ରଣାଳୟରେ ଏହାକୁ ନେଇ ଆବେଦନ କରିଥିଲେ। ଆଉ ତାଙ୍କର ଭରସା ଥିଲା କି ସଲମାନଙ୍କ ମୁଭି ‘କିସି କା ଭାଇ କିସି କି ଜାନ’ ବାଂଲାଦେଶରେ ରିଲିଜ କରିବାକୁ ତାଙ୍କୁ ନିଶ୍ଚିତ ଭାବେ ଅନୁମତି ମିଳିବ।
ଶେଷରେ ବାଂଲାଦେଶ ସୂଚନା ମନ୍ତ୍ରଣାଳୟ ପଡୋଶୀ ଦେଶର ମୁଭିକୁ ରିଲିଜ କରିବାକୁ ଅନୁମତି ଦେଇଛନ୍ତି। ଡିଲ ଅନୁଯାୟୀ, ମୁଭି ‘କିସି କା ଭାଇ କିସି କି ଜାନ’ବାଂଲାଦେଶରେ ରିଲିଜ ହେବା ପରେ ଏହା ବଦଳରେ ବାଂଲାଦେଶର ମୁଭି ‘କୋସାଇ’ ଇଣ୍ଡିଆରେ ରିଲିଜ କରାଯିବ। ବାଂଲାଦେଶ ସୂଚନା ମନ୍ତ୍ରଣାଳୟ ଗୋଟିଏ ବର୍ଷରେ ୧୦ ଫିଲ୍ମ ରିଲିଜ କରିବାକୁ କହିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ୧୨ ମେ’ରେ ଶାହାରୁଖ ଖାଁଙ୍କ ମୁଭି ‘ପଠାନ’ ବାଂଲାଦେଶରେ ରିଲିଜ ହୋଇଥିଲା। ଏବେ ସଲମାନ ଖାଁଙ୍କ ମୁଭି ‘କିସି କା ଭାଇ କିସି କି ଜାନ’ବାଂଲାଦେଶରେ ରିଲିଜ ହେବାକୁ ପ୍ରସ୍ତୁତ ହେଲାଣି।

Share