ରାମ ଜନ୍ମସ୍ଥଳ ଉପରେ ଆଧାରିତ ହେବ ଏହି ଫିଲ୍ମ, ସାମ୍ନାକୁ ଆସିଲା ପୋଷ୍ଟର

ମୁମ୍ବାଇ: ଭାରତୀୟ ରାଜନୀତି ହେଉ ଅବା ସମାଚାରର ହେଡଲାଇନ୍ସ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ଅଯୋଧ୍ୟାର ରାମ ମନ୍ଦିର । ଏହାରି ଭିତରେ ନିର୍ଦ୍ଦେଶକ ଯୋଗେଶ ଭରଦ୍ୱାଜ ତାଙ୍କ ଆଗାମୀ ମୁଭି ‘ସିକ୍ସ ନାଇନ ଫାଇଭ’ର ପୋଷ୍ଟର ଲଞ୍ଚ କରି ଏହି ସବଜେକ୍ଟକୁ ଆହୁରି ଚର୍ଚ୍ଚାର ବିଷୟ କରି ଦେଇଛନ୍ତି । ମୁଭିର ପୋଷ୍ଟରରେ ଦେଖିବାକୁ ମିଳିଛି ଭଗବାନ ରାମ ଧନୁତୀର ଧରି ଠିଆ ହୋଇଛନ୍ତି । ଆଉ ତାଙ୍କ ପଛରେ ଅଯୋଧ୍ୟାର ରାମ ମନ୍ଦିର ଦୃଶ୍ୟ ହେଉଛି । ତେବେ ଚର୍ଚ୍ଚାର ବିଷୟ ହେଉଛି ମୁଭିର ଟାଇଟଲ । ଯାହାର ନାଁ ରହିଛି ‘ସିକ୍ସ ନାଇନ ଫାଇଭ’ ।
ସୂଚନା ମୁତାବକ ଶାଦାନି ଫିଲ୍ମସ ବ୍ୟାନରରେ ଶ୍ୟାମ ଚାଔଲାଙ୍କ ଦ୍ୱାରା ଏହି ଫିଲ୍ମଟି ନିର୍ମାଣ କରାଯାଉଛି । ଏହାର ପୋଷ୍ଟର ସାମ୍ନାକୁ ଆସିବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାର ରିଆକ୍ସନ ଦେଖିବାକୁ ମିଳିଛି । ଅଧିକାଂଶ ଲୋକେ ଏହାର ଟାଇଟଲକୁ ନେଇ ଚର୍ଚ୍ଚା କରୁଛନ୍ତି । ତେବେ ଏହି ଟାଇଟଲକୁ ନେଇ ପ୍ରଶ୍ନ କରାଯିବାରୁ ନିର୍ମାତା କହିଛନ୍ତି, ଏହି ଫିଲ୍ମର ଟାଇଟଲ ହିଁ ଏହାର ରହସ୍ୟ । ସେଥିପାଇଁ ଗୋପନୀୟ ରଖିବାକୁ ଚାହୁଁଛୁ । ତେବେ ଫିଲ୍ମଟି ରାମ ଜନ୍ମଭୂମି ଉପରେ ଆଧାରିତ ବୋଲି କୁହାଯାଇଛି ।
ଗଣମାଧ୍ୟମ ସହ କଥା ହୋଇ ନିର୍ଦ୍ଦେଶକ ଯୋଗେଶ ଭରଦ୍ୱାଜ କହିଛନ୍ତି ଫିଲ୍ମର ଶୁଟିଂ ମାର୍ଚ୍ଚରୁ ଆରମ୍ଭ ହେବ । ଅଧିକାଂଶ ଶୁଟିଂ ଅଯୋଧ୍ୟାରେ କରାଯିବ । ଉତ୍ତର ପ୍ରଦେଶର କିଛି ସହର ଯେମିତି ମଥୁରା, ବନାରସ, ଲକ୍ଷ୍ନୌ ଆଦିରେ କରାଯିବ । ମୁଭିର କିଛି ଭାଗ ମୁମ୍ବାଇରେ ଶୁଟିଂ ହେବାର ଯୋଜନା ବି ରହିଛି ।

Share