ଇଦ୍‌ ଅବସରରେ ଆସିବ ଭାଇଜାନଙ୍କ ଏହି ଫିଲ୍ମ

ମୁମ୍ବାଇ: ଭାଇଜାନଙ୍କୁ ଚଳିତବର୍ଷ ଇଦ୍‌ ଅବସରରେ ଫିଲ୍ମ ‘ରାଧେ’ରେ ଦେଖିବାକୁ ମିଳିବ। ପ୍ରେକ୍ଷାଳୟରେ ଫିଲ୍ମ ରିଲିଜ ହେବା ପାଇଁ ସଲମାନ ସୋସିଆଲ ମିଡିଆରେ ଏକ ବିବୃତ୍ତି ଶେୟାର କରି ସୂଚନା ଦେଇଛନ୍ତି। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ମୁଁ ଦୁଃଖିତ ସମସ୍ତ ଫିଲ୍ମ ମାଲିକଙ୍କ ନିକଟକୁ ଫେରିବା ପାଇଁ ମୋତେ ବହୁ ସମୟ ଲାଗିଛି। ଏହି ସମୟରେ ଏହା କରିବା ଏକ ବଡ଼ନିଷ୍ପତ୍ତି। ମୁଁ ଫିଲ୍ମ ମାଲିକ / ପ୍ରଦର୍ଶକମାନଙ୍କ ଆର୍ଥିକ ସମସ୍ୟା ବୁଝିପାରୁଛି। ସେମାନଙ୍କୁ ସାହାଯ୍ୟ କରିବାକୁ ଚାହେଁ । ପ୍ରେକ୍ଷାଳୟରେ ‘ରାଧେ’ କିପରି ମୁକ୍ତିଲାଭ କରିବ ତାହା ମୁଁ ଚାହୁଁଛି। ଏହାର ପ୍ରତିବଦଳରେ ମୁଁ ଆଶା କରିବି ଯେ, ରାଧେ ଦେଖିବାକୁ ଆସୁଥିବା ଦର୍ଶକମାନେ ବିଶେଷ ସତର୍କତା ଅବଲମ୍ବନ କରି ଆସିବେ। ଇଦ୍‌କୁ ଯାହା ଅପେକ୍ଷା ରହିଲା।

Share