Advertisement
Categories: ଫୁରସତ

ସାବଧାନ! ଏହି ମାଛ ଖାଇଲେ ଚାଲିଯିବ ଜୀବନ

ସାଧାରଣତଃ ମାଛ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ମାଛ ଅଛି, ଯାହାକୁ ଖାଇଲେ ଜୀବନ ଚାଲିଯିବ। ତେଣୁ ଏଥିପ୍ରତି ସାବଧାନ ରହିବା ଜରୁରୀ। ଏପରି ବିଷାକ୍ତ ମାଛର ନାଁ ହେଉଛି ପଫର। ଏଥିରେ ସାଇନାଇଡ୍‌ଠାରୁ ଅଧିକ ବିଷ ରହିଛି। ଏହି ମାଛରେ ଟେଟ୍ରୋଡୋଟାକ୍‌ସିନି ନାମକ ଜହର ରହିଛି। ଯାହା ତୀବ୍ର ଗତିରେ ଶରୀରରେ କ୍ଷତି ପହଞ୍ଚାଇଥାଏ। ଏତେ ବିଷାକ୍ତ ସତ୍ତ୍ୱେ ଜାପାନର ହୋଟେଲଗୁଡ଼ିକରେ ଏହି ମାଛରେ ଡିସ୍‌ ପ୍ରସ୍ତୁତ କରାଯାଏ। ଏହାକୁ ସୁପ୍‌ ସହିତ ପରଷାଯାଏ। କିନ୍ତୁ ଏହି ଡିସ୍‌ ପ୍ରସ୍ତୁତ ପାଇଁ ସ୍ବତନ୍ତ୍ର ତାଲିମ ନେବାକୁ ପଡ଼ିଥାଏ। ତା’ ପରେ ରୋଷେଇ କରାଯାଏ। ଗ୍ରାହକଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ମାଛର ମସ୍ତିଷ୍କ, ତ୍ୱଚା, ଆଖି, ଅଣ୍ଡାଶୟ, ଯକୃତ ଆଦି କାଢ଼ିବାକୁ ପଡ଼ିଥାଏ। ନଚେତ୍‌ ଏହାକୁ ଖାଇବାରୁ କିଛି ସମୟ ମଧ୍ୟରେ ମୃତ୍ୟୁ ଘଟିଥାଏ ବୋଲି ଏକ ରିପୋର୍ଟରୁ ପ୍ରକାଶ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share