ଏସବୁ ପ୍ରଶ୍ନର ଉତ୍ତର ଦେଲେ ମିଳିବ ୧.୪୧ ଲକ୍ଷ ଟଙ୍କା: ଜାଣନ୍ତୁ କ’ଣ ରହିଛି ପ୍ରଶ୍ନ…

କିଛି କାମ ନ କରି ଖାଲି ଘରେ ବସି ରହିବା, ଆଉ ଏଟିଏମ୍‌ ଆକାଉଣ୍ଟକୁ ମାସ ଶେଷକୁ ଟଙ୍କା ଆସିଯିବ। ଏମିତି ଭାବନା ଅଧିକାଂଶ ଲୋକଙ୍କ ମନରେ ଆସିଥାଏ। ହେଲେ ଏହା କେବେ ସତ ହୋଇ ନ ଥାଏ। ମାତ୍ର ଜର୍ମାନର ଏକ ୟୁନିଭରସିଟି ସେମିତି କିଛି ଅଫର ଦେଇଛି। ୟୁନିଭରସିଟିର କିଛି ପ୍ରଶ୍ନର ଉତ୍ତର ଦେଲେ ୧.୪୧ ଲକ୍ଷ ଟଙ୍କା ପାଇପାରିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
ଜର୍ମାନର ହୈମବର୍ଗ ୟୁନିଭରସିଟି ଅଫ୍‌ ଫାଇନ୍‌ ଆର୍ଟସ ଏକ ଅଫର ଦେବାକୁ ଯୋଜନା କରୁଛି। ଏହି ୟୁନିଭରସିଟି ବିନା କୌଣସି କାମରେ ଖାଲି ବସିରହିବା ପାଇଁ ଆବେଦନକାରୀଙ୍କୁ ୧୬ ହଜାର ୟୁରୋ ଦେବ। ଭାରତୀୟ ମୂଲ୍ୟରେ ଏହା ପାଖାପାଖି ୧.୪୧ ଲକ୍ଷ ଟଙ୍କା। ଏହି ୟୁନିଭରସିଟି ଫର୍ମରେ କିଛି ପ୍ରଶ୍ନ ପଚରାଯାଇଛି, ଯେମିତିକି, ଆପଣ କ’ଣ କରିବାକୁ ଚାହୁଁ ନାହାନ୍ତି, କେତେ ସମୟ ପର୍ଯ୍ୟନ୍ତ ଆପଣ କେଉଁ କାମକୁ କରିବାକୁ ଚାହୁଁ ନାହାନ୍ତି, କୌଣସି କାମକୁ ଆପଣ କାହିଁକି କରିବାକୁ ଚାହୁଁ ନାହାନ୍ତି ଇତ୍ୟାଦି। ଏହା ଏକ ପ୍ରକାର ଗବେଷଣା। ଏହାକୁ ଡିଜାଇନ୍‌ ଥିଓରିଷ୍ଟ ‘ଫ୍ରେଡରିକ୍‌ ଭନ୍‌ ବୋରିସ’ ଆରମ୍ଭ କରିଛନ୍ତି। ଏହି ଧାରଣା ସମ୍ପୂର୍ଣ୍ଣ ରୂପେ ତାଙ୍କର। ଫ୍ରେଡ୍‌ରିକଙ୍କ କହିବାନୁଯାୟୀ, ଏହାର ଉଦ୍ଦେଶ୍ୟ ହେଉଛି, ସ୍ଥିରତା, ଉଚ୍ଚ ପ୍ରଶଂସା ଏକାଠି ହୋଇପାରିବ।
ସକ୍ରିୟ, ନିଷ୍କ୍ରିୟତା ଉପରେ ଫୋକସ୍‌ କରିବାକୁ ଫ୍ରେଡରିସ୍‌ ଚାହାନ୍ତି। ଏହି ପ୍ରୋଜେକ୍ଟ ପାଇଁ ସେପ୍ଟେମ୍ବର ୧୫ରୁ ଫର୍ମ ପୂରଣ ଆରମ୍ଭ ହେବ। ୨୦୨୧ ଜାନୁଆରୀ ପର୍ଯ୍ୟନ୍ତ ଯିଏ ଏଥିରେ ସଫଳ ହୋଇପାରିବେ ସେ, ଉକ୍ତ ମୋଟା ଅଙ୍କର ରାଶି ପାଇବାକୁ ଯୋଗ୍ୟ ବିବେଚିତ ହେବେ।

Share